ବାଟ ଓ ବାଟୋଇ - ତ୍ରିଲୋଚନ ଦାସ

0

ବାଟ ଚାଲୁଚାଲୁ ଝୁଣ୍ଟି ପଡୁଥିଲେ
ବାଟର କି ଅବା ଦୋଷ
ବିଚରା ବାଟୋଇ ଆନ୍ଦୋଳିତ ମନେ
ଅସରନ୍ତି ଅବସୋସ।୦।

ବାଟୋଇର ବାଟ ସରିବ କେଉଁଠି
ବାଟୋଇକୁ ନାହିଁ ଜଣା
ହେଲେ ଝୁଣ୍ଟି ପଡି ନିରତେ ଚାଲୁଛି
ହେଉ ପଛେ ବାଟବଣା
କହିବା ଲୋକ ତ ଅନେକ କହିବେ
ନମିଳିଲେ ନାହିଁ ଯଶ
ବାଟ ଚାଲୁଚାଲୁ ଝୁଣ୍ଟି ପଡୁଥିଲେ
ବାଟର କି ଅବା ଦୋଷ।୧।

ବାଟ ଚାଲୁଚାଲୁ ଚିହ୍ନା ମୁହଁ ସବୁ
ଯାଆନ୍ତି ଅଚିହ୍ନା ହୋଇ
ଅଚିହ୍ନା ଅଜଣା ଲାଗନ୍ତି ଆପଣା
ସମୟର ଖେଳ ଏଇ
ବେଦନା ଭରା ଏ ମନର ଭାବନା
ପଲକରେ ହୁଏ ଶେଷ
ବାଟ ଚାଲୁଚାଲୁ ଝୁଣ୍ଟି ପଡୁଥିଲେ
ବାଟର କି ଅବା ଦୋଷ।୨।

ଶ୍ରୀବିହାର, ଖୋର୍ଦ୍ଧା।, ପିନ୍- ୭୫୨୦୫୫
ମୋ- ୯୮୫୩୫୩୫୦୯୫

Post a Comment

0Comments
Post a Comment (0)