ବ୍ୟଙ୍ଗ କବିତା - ଭୋଟର ମୁଁ ଇଜିମାଲିଆ - ସଞ୍ଜୟ କୁମାର ପଣ୍ଡା

0


ଚିନ୍ତାରେ ପଡ଼ିଛି ଧେଡ଼ଅଜା ଏବେ 
କାହାକୁ ସେ ଦେବ ଭୋଅଟ,
ମିଳିବନି ତାକୁ ମଦ କି ମାଉଁସ
ମିଳିବନି ଅବା ନୋଅଟ।
ବଡପୁଅ ପରା ହାତରେ ବଇଚି
ଗାନ୍ଧୀ ଆଦର୍ଶକୁ ଧରି,
କହୁଛି ବାପା ମୁଁ ଜିତିଗଲା ପରେ
ବୁଲେଇ ନେବି ଯେ ପୁରୀ ।
ବଡ ବୋହୂଟି ଯେ ଶଙ୍ଖର ଦଳରେ
ପାର୍ଟି ଅଛି ପାୱାରରେ,
ଶଶୁରଙ୍କୁ କହେ ମୁଁ ଜିତିଗଲେ
ନିତି ଗାଧୋଇବ ସାୱାରରେ ।
ସାନପୁଅ ପରା ଫୁଲରେ ବଇଚି
ଆଛେଦିନ ଆଣିବାକୁ,
ଭଲ କରିଦେବ କହୁଛି ଜିତିଲେ
ବାପାର ପୁରୁଣା ଅର୍ଶକୁ ।
ବାକି ରହିଗଲା ନାତିଟା ତାହାର
ଝାଡୁ ଦଳଆଡେ ଯାଆନ୍ତା,
ଯିଏବି ଜିତିଲେ ଶାସନ ଡୋରିଟା
ହାତ ପାହାନ୍ତାରେ ରହନ୍ତା । 

Writer's Details: ସଞ୍ଜୟ କୁମାର ପଣ୍ଡା
ରକ୍ତତୀର୍ଥ ଇରମ, ଭଦ୍ରକ
ମୋ- ୯୭୭୮୯୫୦୦୯୨
Content Category:
Submission Date: May 13, 2019

Post a Comment

0Comments
Post a Comment (0)