
ସୁନ୍ଦର ହେ ଚିର ସୁନ୍ଦର
ତୁମ ଛୁଆଁ ମିଠା ପରଶରେକଳୁଷ କାଳିମା ବାଧା ବନ୍ଧନ
ହୋଇଯାଏ ଯେତେ ସବୁ ଦୂର
ନିର୍ବିକାର ତୁମେ ନିରାକାର,
ସୁନ୍ଦର ହେ.........
ଅନନ୍ତ ତୁମେ ଅପରିସୀମ
ଅଜର ଅମର ପୁର୍ଣ୍ଣବ୍ରହ୍ମ
ତୁମେ କାଳାତୀତ ଆର୍ତ୍ତତ୍ରାଣ
ପ୍ରୀତିରଶ୍ମି ତୁମେ ପ୍ରତ୍ୟୁଷର
ଅଳିକ ମଣିଷ ଏ ଶରୀର
ସୁନ୍ଦର ହେ...............
ସ୍ରଷ୍ଟା ତୁମେ ହେ ସ୍ରୁଷ୍ଟି ତୁମେ
ମୃତ୍ୟୁଞ୍ଜୟୀ ଜରା ବ୍ୟାଧିଧାମେ
ସାକ୍ଷୀ ତୁମେ ପୁଣି ସଖା ତୁମେ
ପ୍ରାଣର ପିୟୁଷ ସ୍ପନ୍ଦନ
ତମେ ଚିଦାନନ୍ଦ ମୂଳାଧାର
ସୁନ୍ଦର ହେ.................
ଶାନ୍ତି ତୁମେ ହେ ମୁକ୍ତି ତୁମେ
ଅନୁପମ ଅନ୍ତର୍ଯ୍ୟାମୀ ନାମେ
ସର୍ବବ୍ୟାପୀ ପୁଣି ବିଶ୍ଵପ୍ରାଣ
ଜ୍ୟୋତିର୍ମୟ ଦିବ୍ୟ ଆକର୍ଷଣ
ଆଶ୍ବାସନା ପୁଣି ଆଶ୍ବସ୍ତିର
ଶାଶ୍ବତ ହେ ପ୍ରାଣ ସୁରକାର
ସୁନ୍ଦର ହେ....................
ସାନ୍ତ୍ୱନା ତୁମେ ହେ ଶକ୍ତି ତୁମେ
ପ୍ରଜ୍ଞା ତୁମେ ପ୍ରିୟତମ ତୁମେ
ମାଟିରୁ ଆକାଶ ମର୍ତ୍ତ୍ୟରୁ ଅମର୍ତ୍ତ୍ୟ
ଉଜ୍ଜୀବିତ ଉଲ୍ଲସୀତ ପ୍ରାଣେ
ରୌଦ୍ର ତମିସ୍ରାର ମଳୟ ହିଲ୍ଲୋଳ
ପରିତୃପ୍ତିର ପରିତ୍ରାଣ
ସିଦ୍ଧିର ତୁମେ ହେ ଶେଷ ଦ୍ବାର,
ସୁନ୍ଦର ହେ.......................
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 13, 2019
