
• ଅନେକ ଗୁମର କଥା
• ତୁମେ ସତେ କେବେ ସ୍ଥମ୍ଭରୁ ବାହାରି
• ପ୍ରଲ୍ହାଦେ ଦେଇଛ ଦେଖା ।।
•
• ସତେ ସୀତା ପାଇଁ କପିବଳ ନେଇ
• ସାଗରେ ବାନ୍ଧିଲ ବନ୍ଧ
• ସତେ କ'ଣ ତୁମେ ବ୍ରହ୍ମ ଶରେ ବଦ୍ଧ
• କରିଥିଲ ଦଶମାଥ ।।
•
• ସତେ କଣ ତୁମେ ସୁଦାମା ବ୍ରାହ୍ମଣ
• ଖୁଦଭୁଜା ଖାଇ ତାକୁ
• ଅଶେଷ ସଂପଦ ଦେଇ ଦେଲ ତାର
• ଦୁଃଖ ଦୂର କରିବାକୁ ।।
•
• ସତେ କଣ ତୁମେ ମୀନ ରୂପ ଧରି
• ମାରିଥିଲ ଶଂଖାସୁର
• ପଥରେ ପଥର ଅହଲ୍ୟା ମୁକତି
• ବାଜିବାରୁ ଶ୍ରୀପୟର ।।
•
• ଦ୍ଵାପରେ ଦ୍ରୈ।ପଦୀ ବିକଳେ ବିଳପେ
• କୁରୁ ରାଜସଭା ତଳେ
• ସତେକି ଆପଣ ଲଜ୍ୟା ନିବାରଣ
• କରି ଲଜ୍ୟା ନିବାରିଲେ ।।
•
• ଆଜିତ ଦୁର୍ଦ୍ଦିନ ଧରଣୀ ଉଚ୍ଛନ୍ନ
• କାହିଁ ତୁମ ସେହି ରୂପ
• ଜୀବନ ବିପନ୍ନ ହୁଏ ଭଗବାନ
• ଅଦିନେ ଲିଭଇ ଦୀପ ।।
•
• ଉତ୍କଟ ହେଲାଣି ସଂକଟ ବିକଟ
• ଚିତ୍ର ବଡ ଭୟଙ୍କର
• ଏହି ଅବେଳରେ ଦେଖାଦେଇ ବାରେ
• ମୋ ସଂସ଼ୟ କର ସେ ଦୂର ।।
