ପ୍ରେମର ପରିଭାଷା - ଶିବ ଚରଣ ମହାପାତ୍ର

0
ନିହାରିକା...
ହୃଦୟ ରେ ବୋହି ପ୍ରେମ ର କଳସ
ଚାଲିବାକୁ ହେବ ଏକା ଏକା..
ଅଭିସନ୍ଧି ରଚି ଛଳନା ସାଗରେ
ପହଁରି ପାରିବିନି ପିନ୍ଧି ମୁଖା..
ଏ ପାପ ହାଟର ବଦନାମ ଗଳି ଚୌହଦୀ ପରେ
ଦଣ୍ଡାୟମାନ ନିରସ୍ତ୍ର ପିତାମହ ଭୀଷ୍ମ ମୁଁ...
ମୁଁ କି ବୁଝିବି
ତୁମ ପବିତ୍ର ପ୍ରେମ ର ପରିଭାଷା...
କୋମଳ ମନ ର ଅଭିଳାଷା...
ପ୍ରାଣ ଆବେଗ ର ମହୁଲି ନିଶା...
ପଲ୍ଲବୀତ ଆଖି ର ଭରଷା...
ଯେବେ...
ଲୁହ ନଇ କୂଳେ ପ୍ରେମ ମାରେ ନିଃଶ୍ବାସ..
ହୃଦୟ କଅଁଳ ଡେଣା ବାନ୍ଧେ ବିଶ୍ୱାସ..
ମୁକ୍ତ ବିହଙ୍ଗ ତା ନୀଡ ଖୋଲା ଆକାଶ..
ନିର୍ମାଲ୍ୟ ସମ ପବିତ୍ର ସେ ସୁଧା ରସ...
ଜାଣିଛି
ପ୍ରେମ ମାନିବନି କିଛି ବାଧା ବନ୍ଧନ..
ଇଶ୍ୱର ବସନ୍ତି ତହିଁ ପ୍ରେମ ଜୀବନ..
ଦେବତା ଶ୍ରୀଅଙ୍ଗେ ଯେହ୍ନେ ତୁଳସୀ ଚନ୍ଦନ..
ହୃଦୟ ପ୍ରାଣ ରେ ମିଶେ ପ୍ରେମ ତେସନ..
କିନ୍ତୁ...
ରାଣ ନୀୟମ ପ୍ରତିଜ୍ଞା ପ୍ରେମ ରେ ସାତ ସପନ..
ସେଲାଗି ତ କହେ..
ନିହାରିକା...
ହୃଦୟ ରେ ବୋହି ପ୍ରେମ ର କଳସ
ଚାଲିବାକୁ ହେବ ଏକା ଏକା...
ତୁମ ଅଭିସାର ର କଳଙ୍କିତ ନାୟକ ମୁଁ...
ଦେଇ ଜାଣେ ଖାଲି...
ହେଲେ ନେଇ ଜାଣେନା...
ଠିକ୍ ତୁମ ପ୍ରେମ ପରି...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Sent from my Samsung Galaxy smartphone.

Post a Comment

0Comments
Post a Comment (0)