ପ୍ରଶ୍ନବାଚୀ - ହାସ୍ୟମୟୀ ରାଜ୍

0
ମୋ କଳ୍ପିତ ପୃଥିବୀରେ
ତମେ ଏକ
ଅନନ୍ୟ ଅନୁଭବ
ନା ଚଢିଛି କେବେ
ଅଭିମାନର ପାହାଡ଼,
ନା ଆଶାର ନଉକା ବାହି
ଲୀନ ହେବାକୁ ଚାହିଁଛି
କଳା ଭଉଁରୀରେ,
ତା'ର ଅନେକ ଉର୍ଦ୍ଧ୍ଵରେ ତମେ....
ଶରୀରର ପ୍ରତିଟି ସ୍ପନ୍ଦନ,
ପ୍ରତିଟି ନିଶ୍ବାସ ଭଳି
ଲାଗ ତମେ ଖୁବ୍ ଅପଣାର,
ଖୁବ୍ ନିଜର,
ତମ ଓ ମୋ ଭିତରର
ଦୂରତାକୁ ମାପିବା
ନିହାତି ଅବାନ୍ତର ।
ମୁଁ ଜାଣେ
ତମେ ଏକ ଉଜ୍ଜ୍ବଳ ଜ୍ଯୋତିସ୍କ
ବିଚ୍ଛୁରଣ କରୁଥିବ
ଆଲୋକର ଆଭା
ଏ ଦୁନିଆର ବହଳ ଅନ୍ଧାରେ ।
କାହିଁକି ଭୂଲିଯାଉଛ,
ତମେ ଏକ ବ୍ୟକ୍ତି ନୁହେଁ
ତମେ ଏକ ମହାଶକ୍ତି  ।
ଶକ୍ତି କେବେ
ସତ୍ୟକୁ ଡରେନା
ସାହସ ହରାଏନା
ସମାଲୋଚନା ତା'ର
ପଥରୋଧ କରିପାରେନା ।
ହେଲେ ତମେ କ'ଣ କଲ  ?
ସତ୍ୟକୁ ସାମ୍ନା କଲନି
ମୁଁହ ଲୁଚେଇଲ ।
କାହିଁକି ଏ କଳଙ୍କର କଳାଜାଇ ଆଙ୍କିଦେଲ,
ସତ୍ୟର ସଫେଦ୍ ଚିବୁକ୍ ରେ  ?
ମୋ ଭାବନାରେ
ତମେ ଏକ
ତୁଙ୍ଗ ଗିରିଶିଖ, ଅଚଳ, ଅଟଳ
ମହାନ୍, ମହାନୀୟ,
କେବେ ଛୁଇଁବାକୁ ତୁମକୁ
ବଢେଇନି ହାତ
ବରଂ
ତମେ ବ୍ୟାପିଯାଅ ଅନାଦି, ଅନ୍ତରୀକ୍ଷ
ଏ ଚେତନାରେ ହେଇଛି ବିଭୋର୍ ।
ଅଥଚ ତମେ
କାହିଁକି ଯେ ହରେଇଲ ବିଶ୍ବାସ,
ଏ ପ୍ରଶ୍ନ ଆଜିବି
ଲହୁଲୁହାଣ କରେ
ମୋତେ ବାରମ୍ବାର  ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 02, 2019

Post a Comment

0Comments
Post a Comment (0)