
• ଦାଉ ସାଧିଥାଅ
• ଅଧରମ ଯେବେ ଆସେ
• ଧର୍ମ ସଂସ୍ଥାପନା-
• ୟାର୍ଥେ, ଜାଦବ
• ତୁମ ଅଭ୍ଵିଦୋୟ ଦିଶେ ।।
• ଯୁଗ ଯୁଗ ଧରି
• ମୋର ପୂର୍ବଶୂରୀ
• ବେଦ,ପୁରାଣ, ଶାସ୍ତ୍ର ରେ
• ପ୍ରମାଣ ଦିଅନ୍ତି
• ବିଲିନ ହୋଇଛି
• କେତେ ଯୁଗ ଏ ମହୀରେ ।।
• ଅପକର୍ମ,ଅଧ-
• ରମ ବଳେ ନର
• ଡାକଇ ନିଜ ଦୁର୍ଦ୍ଦିନ
• ହେଲାଣି ଆହୁରି
• ହେବରେ କୁମର
• ବେଳଥାଉ ସାବଧାନ ।।
• ଦେବସ୍ଵ,ବ୍ରହ୍ମସ୍ଵ,
• ଗୋଚର, ଶ୍ମଶାନ
• ଲୁଟିଲ ବଣ ଜଙ୍ଗଲ
• ନଦୀ,ଝର,ନାଳ
• କଲ ଅବରୋଧ
• ଗୋକୁଳ କେଡେ ବିକଳ ।।
• କୁଳ, ଗୋତ୍ର,ଜାତୀ,
• ଧର୍ମ ବିବର୍ଜିତ
• ସୁସ୍ଥ ଔସଜନ୍ୟ ପ୍ରାଣୀ
• ବିଚରଣେ ବିଶ୍ଵାସ
• ରେ ହଳାହଳ
• ସେ ସତେକି ଉତ୍ଫଣି ଫଣି ।।
• ଅପକର୍ମ, ଅପ-
• ସଂସ୍କୃତି ଜହର
• କରାୟତ କଲା ଯେବେ
• ଥରାଇ ମହୀକୁ
• କହିଲା ଧନରେ
• ସାବଧାନ ହୁଅ ସର୍ବେ ।।
• ପ୍ରକୃତି ନୀୟମେ
• ଫୋନି ମହାବାତ୍ୟା
• ଶିଖି ଲ ଯଦିବା କଛି
• ସାବଧାନ ହୁଅ
• ବଞ୍ଚାଇ ରଖରେ
• ଯାହା ଅବଶେଷ ଅଛି ।।
