
ନୁହେଁ ବିମ୍ବାଧର ନୁହେଁ ମୁଁ ଯତୀନ
ନୁହେଁ ଶିଳ୍ପୀ ସୁଦର୍ଶନ, ତଥାପି ଆଙ୍କୁଛି ତୂଳୀଟିଏ ଧରି
ଚିତ୍ରରେ ଦେଇ ମୁଁ ମନ l
ପାରିବିନି ସିନା ତାଙ୍କ ଭଳି ଆଙ୍କି
ଅମର କିରତୀ ରଖି,
ମୋ ଗାଆଁ ଭୂଇଁର ବଣ ପରବତ
ତୂଳୀରେ ଦେବି ମୁଁ ଆଙ୍କି l
ଛବିର ଛିଟାରେ ତୂଳୀ ଲଗାଇ ମୁଁ
ସମାଜେ ଚେତନା ଭରି,
ବଦଳାଇ ଦେବି ସାରା ଜଗତକୁ
ରାମ ରାଇଜଟେ କରି l
ବଦଳିବ ଦେଶ, ବଦଳିବେ ଜନ
ମୋ ଲେଖା ଦେବ ବାରତା,
ଶାନ୍ତି ମୈତ୍ରୀ ପ୍ରୀତି ସତ୍ୟ ଅହିଂସାର
ଛବି କହୁଥିବ କଥା l
Writer's Details: କୌଶିକ କୁମାର ହୋତା,
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: May 09, 2019
