ଓମ ସାଇରାମ - ଗୀତାଞ୍ଜଳୀ ସେଠୀ

0
ପ୍ରଭୁ ଶ୍ରଦ୍ଧା ରହିଛି ତୁମ୍ଭର
ଦୁନିଆରେ ହୋଇ ଅମର
ସବୁରି ମନରେ ଭରିଅଛ ଖୁସି
ଓମ ଶ୍ରୀ ସାଇ ତୁମେ ଇଶ୍ବର

ତବ ନାମଧରି ହୁଏ ମୁଁ ପାରି
ଯେତେ ଆସୁ ଝଡଝଞ୍ଜା
ତବ କୃପାବଳେ ଚାଲୁଛି ମୁଁ ପଥ
ସବୁଠି ମିଳେ ତବ ଶ୍ରଦ୍ଧା

ଡାକୁଛି ନିଇତି ଡାକୁଥିବି
ଜୀବ ଯିବା ଯାଏ ମୋର
ସକଳ ଘଟରେ ଦେଖୁଛି ସଦା
ମୋ ସାଇ  ମୋ ଇଶ୍ବର।

ତବ ନାମ ପ୍ରଭୁ ସବୁଠି ଦେଖେ
ଶୁଭିଯାଏ ସେ କାନେ
ସେ ନାମ ପ୍ରଭୁ ନିଇତି ଗାଇଲେ
ରହେ ନାହିଁ ବାଧା ମନେ

ଜପୁଛି ନିଇତି ଜପୁଛି ନିରନ୍ତର
ଜପୁଥିବି ସଦା ମନେ
ତବ ବିନୁ ସାଇ ନାହିଁ ଆନ କେହି
ହଜିଛି ଅଜ୍ଞାନ ଆନ୍ଧାରେ

ତୁମେ ଯେ ଦେଖାଅ
ବାଟୋଇକି ପଥ
ଭରି ଦିଅ ମନେ
ଅସୀମ ସାହସ

ଦିବ୍ୟାଙ୍ଗ ହେଉ ଅବା ସର୍ବହରା
ହେଉ ଅବା ଦୁଷ୍ଟ ଜନ
ସଭିଙ୍କଠାରେ ଅସୀମ କରୁଣା
ବଦଳି ଯାଏ ଜୀବନ

ଅନ୍ଧର ହୁଅ ଯଷ୍ଠି କେବେ
ଖଞ୍ଜର ବନ ଆଶାବାଡି
ସମାଧିସ୍ଥ ଥାଇ ଡାକ ଶୁଣିଲେ
ଦୁଃଖ ହର ସବୁରି

ମନେ ଯେବେ ଆସେ ବିକାର
ଜପିଦେଲେ ତବ ନାମ
ପରମ ଶାନ୍ତି ମିଳେ ଏ ଜୀବନେ
ସ୍ମରଣେ ଓମ ଶ୍ରୀ ସାଇରାମ ।।୨।।

🔸🔸🔸🔸🔸
କପ୍ତିପଦା,ମୟୁରଭଞ୍ଜ
Sent from my Samsung Galaxy smartphone.

Post a Comment

0Comments
Post a Comment (0)