ମୋ ମୁକ୍ତିର ଆଲୋକରେ ତୁ ଜବକାଚ
ମୋ ପାଇଁ ତୋ ଅନ୍ଧାରି ଗର୍ଭ ସୁରକ୍ଷା କବଚ।।।
ମୋ ଭାଷା ର ଆଦ୍ୟ ଶବ୍ଦ ତୁ ମୋ ମା
ମୋ ଭାଗ୍ୟର ନଦୀ ତୀରେ ତୁ ଛୋଟ ନାଆ।।।
ମୋ ସ୍ମୃତିର କାନଭାସେ ତୁ ଚିତ୍ର ଶିଳ୍ପୀ
ମୋ ଦୁଇ ଓଠ ଧାରରେ ତୁ ଅଭିଲିପି।।।
ମୋ ପାଇଁ ତୋ ପଣତ ଶ୍ରୀମନ୍ଦିର ନେତ
ମୋ ଜୀବନ ନାଟକରରେ ତୁ ଉନ୍ନତି ପଥ।।।
ମୋ ଜୀବନ ବର୍ଣାଳିରେ ତୁ ସାତ ରଙ୍ଗ
ମୋ ସୃଷ୍ଟିରଆକର୍ଷଣେ ତୁ ମୋହଭଙ୍ଗ।।।

ମୋ ସାହିତ୍ୟ ଜଗତର ତୁ ତ ସୃଜନୀ।।।
ମୋ ପାଇଁ ତୁ ମହିୟସି ପ୍ରେରଣା ଦାୟିନୀ
ମୋତେ ଶିଖାଉଛି ତୁ ହେବା ସ୍ୱାଭିମାନି।।।
ମୋ ଆଶା ଆକାଂକ୍ଷାର ତୁହି ଅଭିଳାଷା
ମୋ ହାତର ଲେଖନୀ ରେ ତୁ ପରିଭାଷା।।।
ମୋ ସଙ୍ଗୀତ ସୁରେ ତୁ ମଧୁର ମୂର୍ଚ୍ଛନା
ମୋ ଅମା ଅନ୍ଧାରେ ତୁ ଜହ୍ନର ଜୋଛନା।।।
ମୋ ଆଶା ଭରଷାର ତୁ ସ୍ୱରଲିପି
ମୋ ମନ ହୃଦୟର ତୁ ଆତ୍ମଲିପି।।।
ମୋ ଓଠ ଧାରରେ ତୁ ପରା ଟିକି ହସ
ମୋ ପାଇଁ ସବୁକ୍ଷଣ ,ସବୁ ଦିନ ମାତୃଦିବସ।।।
ରଶ୍ମିତା ଜେନା, ଶିକ୍ଷୟତ୍ରୀ
ଭୁବନେଶ୍ୱର
