
ଉଡିଗଲା ପୁରୀ ନେତ ଦେଖ ସଙ୍ଗାତ
ଛାଡିଲେ ଉତ୍କଳ ଘଟ ରହିବକି କଳ୍ପବଟ
ସଂସାରେ କହିବେ ଜଗା ନାହିଁ ଅସ୍ତିତ୍ଵ
ବାରେ ଶୁଣ ଯଶୋଦା ସୂତ
ଚକ୍ର ଆଢୁଆଳେ ରଖ ଏ ଚକ୍ରବାତ ।
ଅତିଥି ପ୍ରିୟ ଉତ୍କଳ ସେବା ଧରମର ମୂଳ
ଅଭ୍ଯର୍ଥନା କରେ ଫନୀ ଆସହେ ଧୀର
ଛାଡି ଭୀମକାୟ ରୂପ ଗର୍ବ ଅହଂକାର ତବ
ନତକରି ଯାଅ ଫେରି ତୁମରି ଶିର
ଜଗା ଗଢା ଏହି ଜଗତ
ସବୁଜିମା ପରକାଶେ କରେ ସ୍ବାଗତ ।
କାହାର ଏ ଅଭିଶାପ କରିବାକୁ ଧ୍ବଂସ ସ୍ତୁପ
ଅଦିନରେ ଅଣ୍ଟା ଭିଡି ଆସ ଏଠାକୁ
ବରଷା ସମୀର ବେନି ଦଳବଳ ସାଥେ ଘେନି
ବକ୍ର ନେତ୍ରେ ଚାହଁ ଯେବେ ଏହି ମାଟିକୁ
ହୃଦୟ ମୋ ହୁଏ ସନ୍ତପ୍ତ
ରଚିକେ ସଂହାର ଲୀଳା ହୁଏ ତୃପତ!
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
