
• ଭଲପାଏ ଜଳେ
• କୁମୁଦିନୀ ହସୁଥିଲେ
• ଅରୁଣ କିରଣ
• ପରସେ ଯେମିତି
• ସରସୀ ପଦୁଅଁ ଫୁଲେ ।।
•
• ମଳୟ ଲହରେ
• ଚୋରୀ କରେ ଯଥା
• ବଉଳ, ବକୁଳ ବାଶ
• ପ୍ରିତୀ ପ୍ରଣୟିନୀ
• ସଜନୀ ରଖିଛି ମନେ
• ସେହି ଅଭିଳାସ ।।
•
• ଫଗୁଣ ର ଫଗୁ
• ବୋଳା ରଙ୍ଗରେ
• କୃଷ୍ଣ ଚୁଡାର ଫୁଲେ
• ସୁନାରୀ କୁସୁମ
• ହଳଦୀ ରଙ୍ଗିଆ
• ଚହଟା ଚାନ୍ଦୁଆ ତଳେ ।।
•
• ନିଘୋଡ ରାତିର
• କାଳା ଅନ୍ଧାରେ।
• ରୂପା ଜହ୍ନ ର ରୋଷଣୀ
• ଅବୋଧ ମନକୁ
• ତୋ ସ୍ନେହ,ସରାଗ
• ଆନମନା କରେ ସଜନୀ ।।
•
• ବସନ୍ତ ଆସିଲେ
• ମଳୟ ଯେପରି
• ମନ୍ଦମନ୍ଦ ହୋଇ ବହେ
• କୋଇଲି ଯେପରି
• ପଞ୍ଚମ ତାନରେ
• ପତ୍ର ଗହଳରୁ ଗାଏ ।।
•
• ଆମ୍ଵ ବଉଳିଲେ
• ମହକ ମଧୂର
• ମହୁମାଛି ଗାଏ ଗୀତ
• ମଧୂମାସ ମଧୂ
• ପ୍ରଣୟ ର ରୁତୁ
• ବାଜେ ମଙ୍ଗଳ ସଙ୍ଗୀତ ।।
