ବଣମଲ୍ଲୀ - ଅକ୍ଷୟ କୁମାର ବେହେରା

0
ବଣମଲ୍ଲୀ ମୁଁ ଯେ ବଣେ ଫୁଟି ମୁହିଁ
ବଣରେ ପଡୁଛି ଝରି,
ପାଇନି କାହାରି ଆଦର କେବେବି
ଆଶାଯାଏ ମନେ ମରି ।୧।
ବନ, ଉପବନ ଠିକଣାଟି ମୋର
ନାହିଁ ଆନ ପରିଚୟ,
ଖୋଜିଲି ଯେବେ ମୁଁ ପରିଚୟ ଟିଏ
ମନେ ଭରି ଦେଲେ ଭୟ ।୨।
ବଣର ଫୁଲ ତୁ ବଣକୁ ତ ଶୋଭା
ଆଶା କିଆଁ କରୁଏତେ,
ଯୋଉଁଠି ବି ଗଲେ ଆଦୃତ ହେବୁନି
ସୌନ୍ଦଯ୍ୟ ତୋଥିଲେ ଯେତେ ।୩।
ସୁବାସିତ ବାସ ଯେତେ ଚହଟିଲେ
ଲାଭ ନାହିଁ କିଛି ତୋର,
ଗୁଣକୁ ଗାରିମା ପାଶେ ଭରିଥିଲେ
ସମାଜ ଅଟେ ନିଷ୍ଠୁର ।୪।
ଭଲ ବନ୍ଧୁ ଜଣେ ଖୋଜି ପାଇବାଟା
ଏବେ କାଠିକର ପାଠ,
କେହି ନୁହେଁ କାର ମିଥ୍ୟା ଏ ସଂସାର
ସ୍ବାର୍ଥ ପାଇଁ ଚାଲେ ନାଟ ।୫।
କିଏ କେତେ କଥା କହିଗଲେ ମତେ
ନିରବେ ମୁଁ ଶୁଣିଗଲି,
ଯିଏ ଯାହା କହୁ ଆଗକୁ ବଢିବି
ମନେ ମୋ ସଂକଳ୍ପ ନେଲି ।୬।

କେନ୍ଦୁଡିହା, ବଡସାହି, ମୟୂରଭଂଜ
ଭ୍ରାମ୍ୟଭାଷ:-୯୩୪୮୮୧୯୯୧୭

Post a Comment

0Comments
Post a Comment (0)