ଅଭିମାନୀ ମୟୂରୀ ମୁଁ - ସୁନୀଲ କୁମାର ବେହେରା

0
ଅଭିମାନୀ ମୟୂରୀ ମୁଁ
ଅଭିମାନୀ ମୟୂରୀ
ଅଭିମାନେ ଆଙ୍କୁଥାଏ
ଅସୁମାରୀ ସାଏରୀ।।

ଆଶଙ୍କାରେ ଅଙ୍କକଷେ
ଆଗପଛ ବିଚାରି
ଆଗତୁରା ହୋଇକେବେ
ଆସେ ନାହିଁ ବାହାରି।।

ଇହଲୋକେ ଜନମିଛି
ଇଷ୍ଟଦେବେ ସୁମରି
ଇହକାଳେ କରିବି ମୁଁ
ଇଷ୍ଟପୂର୍ତ୍ତି ସବୁରି।।

ଈର୍ଷାପର ନୁହେଁ ମୁହିଁ
ଈରିଷା ମୁଁ କରେନି
ଈଶ୍ଵରଙ୍କୁ ଅଳି କରି
ଈପ୍ସା ମୋର ମାରେନି।।

ଉପବନେ ବୁଲୁଥିଲେ
ଉଚ୍ଚମନା ହୁଏନି
ଉଙ୍କିଯାଇ କେବେହେଲେ
ଉପଦ୍ରପ କରେନି।।

ଊର୍ଦ୍ଧ୍ୱତଳେ ଘୂରିବୁଲି
ଊଣାବୁଦ୍ଧି ଆଣେନି
ଉର୍ଦ୍ଧ୍ୱଦୃଷ୍ଟି କରି ଚାହେଁ
ଊର୍ଦ୍ଧ୍ୱଲୋକ ଯାଏନି।।

ଋଦ୍ଧଶ୍ଵାସ ନେଇକରି
ଋତୁରାଜେ ବଞ୍ଚ‌ଇ
ଋଦ୍ଧିମନ୍ତୀ ସାଜି ମୁହିଁ
ଋଷିଗିରି ଲଙ୍ଘ‌ଇ।।

ଏକଚିତ୍ତେ ବର୍ଷା ପାଇଁ
ଏକଭକ୍ତି କର‌ଇ
ଏକାଏକା ବିରହରେ
ଏକମୁହାଁ ସାଜଇ।।

ଓଁକାର ଶବ୍ଦୁ ଯେବେ
ଓମ୍ ଓମ୍ ଶୁଭ‌ଇ
ଓଳିଏ ଉପାସେ ରହି
ଓମ୍ ଓମ୍ ଭଜ‌ଇ।।

ଔଦାସ୍ୟରେ ଦିନକାଟେ
ଔତ୍ପାତିକ ନୁହଁଇ
ଔଘପ୍ରେମ  ଲୋଡାମୋର
ଔଦ୍ଧତ୍ୟରେ କୁହ‌ଇ।।

ସୁନୀଲ କୁମାର ବେହେରା (ଶିକ୍ଷକ)
ନୂଆଗାଁ/ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬।

Post a Comment

0Comments
Post a Comment (0)