ଘର ବାହୁଡା - ସୁଧାକର ସେଠୀ

0
ଘରକୁ ଫେରିବାରେ ମିଳେଯେ ଆନନ୍ଦ
ତାକୁ କେ ବଖାଣି ପାରିବ
ପରବାସ ଜିବନେ ଗୋଟିଏ ମହକ
କେବେ ଗାଁ ମଟି ଡାକିବ

କର୍ମଜଞ୍ଜାଳ କୁ ଆଗେଇବା ନିଶା
ଘାରିଛି ଆମକୁ ଏମିତି
ହାତଛାଡି ଦେଇ ଗାଁ ମାଟିର
ପରବାସେ ଦିନ ଯାଏ ବିତି

ସୁଅ ମୁହଁରେ କୁଟା କାଠିପରି
ଆଗକୁ ନେଉଛି ଭସାଇ
ଯୁଗତ ନାଚୁଛି  ଆମେବି ନାଚୁଛୁ
ବେଳ ଅବେଳେ ମୁହଁ ଦେଖେଇ

ଗାଁର ମହକ ମାଟିର ମହକ
ସାଙ୍ଗ ସାଥିଙ୍କ ଡାକରା
ଭୂଲିତ ହୁଏନି ଗାଁ ଜାନିଯାତ
ସପନେ  ଦିଏନି ଧରା

ମନେ ଅଛି ଆଜି ସ୍କୁଲ ଯିବାବେଳେ
ବାଟେ କାନକୁଳି ଖିଆ
ସାଙ୍ଗ ସାଥିଠାରୁ ନିଇତି ନିଇତି
ଆଚାର ଦିଆ ନିଆ

ଝିଅ ସାଙ୍ଗମାନେ ପେଣ୍ଟ ପକେଟେ
ଆଣିଥାନ୍ତି କେତେ କେତେ ଚିଜ
ଆଜିବି ଅବୁଝା ସେ ପିଲାଦିନ
ହଜାଇ ଦିଏ ସେ ନିଦ

ଗୋଟିଏ ସୂତାରେ ବାନ୍ଧିହୋଇ ସର୍ବେ
କରିଥିଲୁ ଆମେ ଶପଥ
ଯେତେ ଝଡ ଝଞ୍ଝା ଦୂର୍ଦିନ ଆସିଲେ
ଅତୁଟ ରହିବ ବନ୍ଧୁତ୍ବ

ଆଜି ପରବାସ ଦିଏ ଯନ୍ତ୍ରଣା
ଥରାଇ ଦେଉଛି ହିଆ
ସବୁକିଛି ଛାଡି ପୁଣି ଫେରୁଅଛି
ଡାକୁଛି ମୋ ମାଟି ମା

କେତେ ସେ ଦେଇଛି କିଛିବି ନେଇନି
ଆସିଛି ଦେବାର ବେଳ
ତା ମାଟି ଛୁଇଁ ଟିକେ ଚୁମିଦେଲେ
ଫେରି ଆସେ ମୋର ବଳ

ବଢିବାର ନିଶା ପୁତାଙ୍କୁ ଘାରିଛି
କେକେତେ ଘରୁ ଗଲେ ବାହାରି
ଜନମ ମାଟିର ମମତା ଛାଡି
ପରଦେଶକୁ ନେଲେ ଆବୁରି 

ବିଦାୟ ଯେବେ ନେଲେ ତାଠାରୁ
କେତେ ସେ କାନ୍ଦିଛି ମୁହଁଲୁଚେଇ
ଫେରିବାର କଥା କହିଦେବା କ୍ଷଣି
ହେଉଛି କେତେ ସେ ଫୁଲେଇ।

ସୁଧାକର ସେଠୀ
ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)