• ଉତ୍କଳ ଦିବସ ଓଡ଼ିଶା ପ୍ରଦେଶ ସ୍ଵୟଂ ଶାସିତ ଶାସନ
• ସର୍ବେ ରଜା ସର୍ବେ ପ୍ରଜା ପ୍ରଜାତନ୍ତ୍ର ସଂବିଧାନ ପ୍ରଣୟନ
• କରି, ଆଜି କେଉଁ ଲଭିଛି ଓଡ଼ିଆ କହ କେଉଁ ଶୀର୍ଷାସନ
• ଭାଙ୍ଗିଗଲାଣି ୟା ଜାତୀୟ ଗୈାରବ କାଳ କୋଳରେ ବିଲିନ ।।
•
• କାହିଁ କେଉଁ କାଳୁ ମଧୂ ବାରିଷ୍ଟର କହିଥିଲେ ଜାତୀ କାନେ
• ଉଠରେ ଉଠରେ ସୁପ୍ତ ଓଡ଼ିଆ ଉଠିବୁ ତୁ କେତେଦିନେ
• ଜାତୀ ନନ୍ଦିଘୋଷ ସ୍ଵାର୍ଥ ସାରଥି ଘୋଟକ ମୁହଁ ରେ ଦାନା
• ଅଚଳ ହେଲାଣି ସୁନ୍ଦର ସ୍ୟନ୍ଦନ ଉଡେନି କିରତୀ ବାନା ।।
•
• ଉତ୍କଳ ର ମଣି କାରାଗାରେ ପୁଣି କାହା ପାଇଁ ଏତେ ଦାନ
• ଫକିର ମୋହନ କବି ଗଙ୍ଗାଧର ବୃଥା ସିନା ତାଙ୍କ ଶ୍ରମ
• ରାଜ ସିଂହାସନ ମୋହ ତ୍ୟାଗି ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ
• ରାଜା କୃଷ୍ଣ ଚନ୍ଦ୍ର ଗଜପତି ଦାନ ସେହି ଦେଶ ପ୍ରେମ ଭାବ ।।
•
• କାହାନ୍ତି ଏପରି ତ୍ୟାଗି ଦେଶଭକ୍ତ ସବୁଜ ସ୍ଵାର୍ଥ ବଳୟ
• ଘେରିଛି , ଓଡ଼ିଶା ଓଡ଼ିଆ ଜାତୀର ହୋଇଯାଏ ଅପଚୟ
• ନିରିହ ମରୁଛି ହିଂସା ପ୍ରତିହିଂସା ଅସହିଷ୍ଣୁ ମନୋଭାବ
• ନେତାପଣେ କିଏ କାହାକୁ କହିବ ଇଏପରା ଗଣତନ୍ତ୍ର ।।
•
• ହାୟରେ ହାୟ ମୋର ପୂର୍ବପୁରୁଷ କବି ଲେଖକ କି ତ୍ୟାଗି
• ଓଡ଼ିଆ ପଢୁନି ତୁମ ପୁଅ,ନାତୀ ଜାତୀୟତା ଯାଏ ଭିଙ୍ଗି
• କେମିତି ବଞ୍ଚିବ ଓଡ଼ିଶା ଓଡ଼ିଆ ଆସ କବି କଥାକାର
• ଜାଗ୍ରତ ହୂଅ ଯୁବ ବନ୍ଧୁ ରେ କବି କରେ ନମସ୍କାର ।।
•
• ପଢରେ ଓଡ଼ିଆ ଏ ଜାତିର ଭାଷା ରଖ ରେ ଜାତୀୟ ଟେକ
• ଗରବରେ ଯାଇ ବିଶ୍ଵ ଦରବାରେ ସ୍ଵର୍ଣ୍ଣାକ୍ଷରେ ନାମ ଲେଖ
• ତେବେ ଯାଇ ଆଜି ଶ୍ରଦ୍ଧାଞ୍ଜଳି ଆମ ପୂର୍ବସୂରୀ ପଦ ତଳେ
• ଦେବାକୁ ସମର୍ଥ ମଣିବା ନିଜକୁ ପ୍ରଫୁଲ୍ଲ ଗୀତରେ କହେ ।।
