• ମୃତ୍ୟୁ କଳେବର
• ବହିଛି ଠାକୁରେ
• ଚର୍ମ ମୁଖେ ତୁମ ନାମ,
• ଉଚ୍ଚାରଣ କରି-
• ନାହିଁ ମୁଁ ଦୁର୍ଜନ
• ମୁଢମତ୍ତି ମୁଢ ଜନ ।।
•
• ବିଷୟା ଜଂଜାଳେ
• ବୁଡି ରହି ଅଛି
• ଶେଷ କାଳ ଉପନିତ,
• କାମ କାମନାରେ
• ଦିନ ବିତିଗଲା
• ଏଇ ପାପାଚାର ଚିତ୍ତ ।।
•
• ସନ୍ତାପ ସାଗରେ
• ପଡ଼ିଛି ଠାକୁରେ
• କାହିଁ ଗତି କାହିଁ ମୁକ୍ତି,
• ଏବେଳେ ଡାକଇ
• ଶୁଣ ଭାବଗ୍ରାହୀ
• ନାହିଁ କେହି ସାହା ସାଥି ।।
•
• କେଉଁ, କୃତ କର୍ମ
• ପାପ ପଙ୍କୁ ଆଜି
• ଆଉ ନପାରଇ ଉଠି,
• ତୁମେ ସର୍ବ ଘଟେ
• ବିରାଜିତ ପରା
• ମୋ ଦୁଃଖ କି ନଦିଶୁଛି ।।
•
• ଅପୂର୍ବ ଅଦ୍ଭୁତ
• ଅଲଭ୍ୟ ଦେବତା
• କିଅବା ନଯାଣ ତୁମେ,
• ପ୍ରଫୁଲ୍ଲ ବିକଳ
• ତ୍ରାହି କର ଦେଇ
• ଆଶ୍ରୟ ତବ ଚରଣେ ।।
