
ସ-ଚରାଚର ରସାତଳ
ଏ କାରୁଣ୍ୟ ଶବ୍ଦ ଅବିଳମ୍ବେ ହେଲା
ବୈଦେହୀଙ୍କ କର୍ଣ୍ଣ ଗୋଚର
ବୋଲନ୍ତି ସୈାମିତ୍ରି ଶୁଣଛକି ତୁମେ
ବିପଦେ ଶ୍ରୀରାମ ଡାକନ୍ତି
ଯାଅ ବେଗକରି ବିକଳେ ଡାକନ୍ତି
ତ୍ରାହି କର ତ୍ରାହି କର ହେ , ତ୍ରାହି ଲକ୍ଷ୍ମଣ… ।।
ନିଶ୍ଚୟ ବନରେ ଅଜଣା ବିପଦେ
ପଡିଛନ୍ତି ରଘୁପତି
ଏ ନୁହେଁ ଶ୍ରୀରାମ- ଚନ୍ଦ୍ର ମୁଖ ସ୍ଵନ
ଜନନୀ ଭୟ ପରିହର
ନାହିଁ କେ ସଂସାରେ ରାମ ସମକକ୍ଷ
ଦେବାକୁ ତାହାଙ୍କୁ ଦୁର୍ଗତି
ନହୁଅ ଉଚ୍ଛନ୍ନ ଅଚିରେ ଫେରିବେ
ଧରି ସଙ୍ଗେ ମୃଗଭାର ହେ , ତ୍ରାହି ଲକ୍ଷ୍ମଣ… ।।
ଶ୍ରୀରାମ ଘରଣୀ ଭୟରେ ବାୟାଣୀ
ମତ୍ତି ବିଚଳିତ ହୁଅନ୍ତି
ଲକ୍ଷ୍ମଣ କଥାରେ ଜନକ ନନ୍ଦିନୀ
କ୍ରୋଧେ ହୋଇ ଜର ଜର
ଅନେକ ଅକୁହା କଟୁ ଭାଷା ଦେବୀ
ଝିଙ୍ଗାସି ଲକ୍ଷ୍ମଣେ କୁହନ୍ତି
ଧର୍ମ ସାକ୍ଷୀ ରଖି ସୁମିତ୍ରା ନନ୍ଦନ
ଛାଡିଥିଲେ ପର୍ଣ୍ଣ କୁଟୀର , ତ୍ରାହି ଲକ୍ଷ୍ମଣ… ।।
ଧନୁ ହୁଳେ ଯିବା- ବେଳେ ଲଇକ୍ଷଣ
ତିନିଗାର ଦେଲେ କାଟି
ସୁରକ୍ଷା ବଳୟ କାଟିଦେଉଅଛି
ଏହାକୁ ନହେବ ପାର
ନଡେଇଁବ କେବେ ଏ ଲକ୍ଷ୍ମଣ ଗାର
ଘନାକର ମୋ ମିନତୀ
କହଇ ପ୍ରଫୁଲ୍ଲ ବୁଦ୍ଧି ବିପରିତ
ଘୋଟିଆସିଲାଣି କାଳ , ତ୍ରାହି ଲକ୍ଷ୍ମଣ… ।।
