ଲେହା ଓ ବଣି - ସୁଧାକର ସେଠୀ

0


ଗଛ ଡାଳରେ ବସିଛି ବଣି
ହେଉଛି ଭାରି ଖୁସି
ଲେହା ତାହାର ରୁପକୁ ଦେଖି
ମୁରୁକି ଦେଲା ହସି ।

ଫଡଫଡ ଡେଣା କରୁଛି ସିଏ
ଗାଉଛି କିଚିରି ମିଚିରି
ଲେହାର ଖୁସି ଦେଖିବ କିଏ
ତାଳିମାରି ହସୁଛି କିରିକିରି

ମା ଡାକିଲେ ଖାଇବୁ ଆ
କରିଛି ମାଛ ଝୋଳ
ଲେହା ଅଝଟ ବଣି ଆସିଲେ
ତା ସହ କରିବ ଖେଳ ।

ଶେଷରେ ମା ମାଛଭାତକୁ
ଆସିଲେ ଥାଳିରେ ନେଇ
ବଣିକୁ ଦେଖେଇ ଦେଲେ ଲେହାକୁ
ଖାଇଲା ସେ ଖୁସି ହୋଇ

ମା ଛେଉଣ୍ଡ ବଣିକୁ ଦିନେ
ଆଣିଥିଲା ରୁନି ପାଇ
ଆଜି ସେ ବଣି ଲେହା ସାଙ୍ଗବନିଛି
ଖୁସିରେ ଦିନ ବିତଇ ।

ବଢିଲା ବଣି ଦିନକୁ ଦିନ
ଲଭି ସଭିଙ୍କ ଆଦର
ମଣିଷ ସମାଜେ ବଣିଟି ରହି
ଭାଙ୍ଗିଲା ତାର ଡର

ରଖେନା ତାକୁ ପିଞ୍ଜରାରେ କେହି
ବୁଲେ ସେ ମୁକ୍ତଗଗନେ
ଭୋକ ଲାଗିଲେ ଆସେ ସେ ଉଡି
ବସିପଡେ ପାଖେ ମୁଉନେ।

ଆଝଟ ହେଲେ ଅବା କାନ୍ଦିଲେ
ବଣିବି ହୁଏ ଅଧୀର
ଡେଣା ହଲେଇ କେତେ ରଂଗରେ
ନାଚେ ଲେହା ଆଗର

ବିପଦଘଡି ଆସିଲା ମାଡି
କଳାଭୁଆଟେ କେଉଁଠି ଥିଲା ଲୁଚି
ଲେହାର ଖୁସି ବଣିକୁ ନେଇ
ଗଲା କୁଆଡେ ସେ ଛପି

ସେବେଠୁ ଲେହା ମନଦୁଃଖରେ
ଝୁରୁଛି ତା ବଣିକୁ
ଶବଦ କିଛି ଶୁଣିଲେ ସିଏ
ଧାଇଁ ଆସେ ବାହାରକୁ

ଗଛ ଡାଳରେ ବଣି ଦେଖିଲେ
ଡାକେ ସେ ହାତ ଠାରି
ବଣି ଆସେନା ଡାକ ଶୁଣେନା
ଉଡିଗଲେ କାନ୍ଦେ ସେ ରାହାଧରି

ଏମିତି ବିତେ ଲେହାର ଦିନ
ସାଥି ବଣିର ବିନା
ମାକୁ ପଚାରେ ଆମ ବଣିଟା
କାହିଁକି ଆଉ ଆସେନା ।

ଲେହା କଥା ଶୁଣି ମା ଆଖିରୁ
ଲୁହ ଆସେ ଜକେଇ
କଣବା କହି ଭୁଲାଇବ ସିଏ
ବୁଝି ସେ ନପାରଇ ।

ସୁଧାକର ସେଠୀ
ଭିନ୍ନକ୍ଷମଜାତୀୟ କ୍ରୀଡାବିତ
ମାନବଅଧିକାର କର୍ମୀ
ଜମ୍ବେଶ୍ବରପୁର, ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)