ସୁରପୁର ସୈାଦାଗର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ଖୋଲା ହୃଦୟରେ
         ପଦ୍ମ ଶତଦଳେ
            ଆସନ ଦେଇଛି ପାତି
ଯୋଡହସ୍ତେ ଗୋଡ଼
        ତଳେ ପଡି ଡାକେ
            ବିଜେକର ରମା ପତି  ।।
ରଙ୍ଗା ପଦ ରେଣୁ
       ପରସେ ସରସେ
             ହସି ଉଠୁ ଏହି ପ୍ରାଣ
ଭବଭୟ ହର 
      ଅନାଦି ଈଶ୍ଵର
         ଏ,ଜୀବନ କର ପାବନ   ।।
ତୁମେ ବଳବନ୍ତ 
  ଆଦିତୀ ସମ୍ଭୁତ
   କୋଟି ଭୂବନ ପାଳକ
ଏ ଜୀବନ ସ୍ଵାମୀ
    ଆହେ ଅର୍ନ୍ତଜ୍ୟାମି
     ଅଖିଳ ବିଶ୍ଵ ନାୟକ  ।।
ନିଖିଳ ଭୁବନ
   ପୁରୁଷ ପରମ
      ମହାପ୍ରଭୁ ପରାତ୍ପର
ତବ ପ୍ରେମ ସ୍ରୋତେ
  ଏ ପରାଣେ ସତେ
    ଖେଳିବ ପୂଣ୍ୟ ଲହର   ।।
 
ହେ ଆନନ୍ଦମୟ 
   କ୍ଷୀରସିନ୍ଧୁ ବାସି
     ସୁରପୁର ସୈାଦାଗର
ପ୍ରଫୁଲ୍ଲ ଭକତି
  ଭରେ କରେ ସ୍ତୁତି
    ଅଭୟ ଚରଣେ ତୋର  ।।

Post a Comment

0Comments
Post a Comment (0)