
ସରଗ ଯିଏ ନରକ ସିଏ
ଭିନ୍ନ୍ କେବଳ କର୍ମଅଜ୍ଞାନ ବଳେ କର୍ମକ କଲେ
ନରକେ ମିଳେ ସ୍ଥାନ
ଜ୍ଞାନ ଦିଅଇ ସରଗ ବାସ
ଉଚିତ୍ କର୍ମ କରି
ଅଜ୍ଞାନ ନିଏ ନରକ ସ୍ଥାନେ
ଅପକର୍ମ ଆଦରି
ଅଜ୍ଞାନ ଯୋଗୁ ବଢ଼ଇ ଲୋଭ
ଲୋଭ ରୁ ସ୍ୱାର୍ଥପର
ସ୍ୱାର୍ଥପର ଠୁଁ ଅ ସହଯୋଗ
ସଭିଙ୍କୁ କରେ ପର
ନରକ ବାସ ଅଟେ ଯେଉଁଠି
ନ ମିଳେ ସ୍ନେହ ଶ୍ରଦ୍ଧା
ଅସଫଳତା ଅନାଇ ସଦା
କାର୍ଯ୍ୟ ରେ ଘଟେ ବାଧା
ପରସ୍ପର ର ସହଯୋଗରେ
କରିଲେ ସବୁ କାମ
ଅ ସଫଳତା ଦୁରେଇ ଯାଏ
ବଢାଇ ଦିଏ ଜ୍ଞାନ
ଜ୍ଞାନ ବଢିଲେ. ମିଳେ ସାର୍ଥକ
ୟଶ ଓ ପଉରସ
ସଭିଙ୍କ ସ୍ନେହ ଆଦର ମିଳେ
ସେହି ଟି ସ୍ଵର୍ଗ ବାସ
ସରଗ ଅଉ ନରକ ଦୁଇ
ସ୍ତାନ ରେ ନୁହେ ଭିନ୍ନ୍
ଜ୍ଞାନ ଦିଅ ଇ ସରଗ ବାସ
ନରକ ର ଅଜ୍ଞାନ
କୁମୁଦିନୀ ବେହେରା
ଶିକ୍ଷୟିତ୍ରୀ, ଅନୁଗୋଳ
Writer's Details: Kumudini Behera, anugola
Content Category:
Submission Date: Apr 23, 2019
