
ପାଠକ କରେ ସମୀକ୍ଷା
ଅଭିଜ୍ଞତା ଜ୍ଞାନ କେନ୍ଦ୍ରାୟିତ କରି
ଦ୍ୟନ୍ତି କେତେ ନୀତିଶିକ୍ଷା।
ମନକୁ ପାଇଲେ କରେ ସେ ପସନ୍ଦ
ବିହ୍ଵଳେ ନିଏ ପାଖକୁ
ବିବେକ ବତାଏ ସରାଗ ମନକୁ
କିଛି ଭଲ ଲେଖିବାକୁ।
ପ୍ରକାଶ କରେ ସେ ହୃଦ ପରିଭାଷା
ବ୍ୟକ୍ତ କରେ ଅଭିମତ
ଗଠନ ମୂଳକ ଭାବ ବିନିମୟେ
ଅନ୍ତରୁ ପ୍ରଦାନେ ମତ।
ଆତ୍ମୀୟ ଭାବି ସେ ଦିଅଇ ଉତ୍ସାହ
ମିଠା ଶବ୍ଦେ ପ୍ରୋତ୍ସାହନ
ସାହିତ୍ୟର ମାନ ମର୍ଯ୍ୟାଦା ପାଇଁ କି
ଶୁଦ୍ଧ କରେ ବ୍ୟାକରଣ।
ଦିଏ ସେ ଟିପ୍ପଣୀ ଭଲ ଗଢିବାକୁ
ଶୁଦ୍ଧ କରିବା କୌଶଳ
ସେ କୌଶଳ ବଳେ ସାହିତ୍ୟ ଗଢିଲେ
ଦୃଢ଼ ହୁଏ ମନୋବଳ।
କବି ସିନା ବର୍ଣ୍ଣେ ନିଜ ଭାବନାକୁ
ଚିନ୍ତା ସଜାଏ ଲେଖକ
ଅସଲ ପୂଜାରୀ ସାହିତ୍ୟ ମନ୍ଦିରେ
ଉତ୍ତମ ସେ ସମୀକ୍ଷକ।
ସମୀକ୍ଷକ ବିନା ଭାଷା ସାହିତ୍ୟଟା
ହୁଏ କି ଶୁଦ୍ଧ ସୁନ୍ଦର ?
ସ୍ନେହ ପ୍ରେମ ଆଉ ପୀରତି ବିଚାରେ
ସେ(ପାଠକ) ପରା ସାଜେ ଈଶ୍ୱର।
ହେ କବି ଲେଖକ ଗାଳ୍ପିକ ଆତ୍ମନ
ହେ ମହାନ ପ୍ରାବନ୍ଧିକ
ସମୀକ୍ଷାକୁ ଦିଅ ସମ୍ମାନ ମର୍ଯ୍ୟାଦା
ହୁଅ ଶ୍ରେଷ୍ଠ ସାହିତ୍ୟିକ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
