
ଭାବ ସଙ୍ଗେ ସଙ୍ଗ ଦିଅ ଭାବ ବଣିକ
ମୋ ଜୀବନ କାହାଣୀ ର ତୁହି ନାୟକ
ରଙ୍ଗ ହୀନ ଚରିତ୍ର ରେ ଅଲିଭା ସୁଖ...
ବାଙ୍କ ଚୂଡାମଣି ବାଗେ ବାନ୍ଧ ମୋ ପ୍ରାଣ
ତୁମ୍ଭ ନାମ ଗାଉ ସଦା ମୋ ତନୂ-ମନ
ନେତ୍ର କରୁଥାଉ ନିତି ତୁମ୍ଭ ଦର୍ଶନ
କେଳିକୁଞ୍ଜେ ଝରିଯାଉ ଶ୍ରଦ୍ଧା ସୁମନ...
ଠୁମକ ଠୁମକ ଚାଲି ବାଙ୍କ ଚାହାଣୀ
ସେ ଚାହାଣୀ ତଳେ ଲେଖା କେତେ କାହାଣୀ
ତୋ ପ୍ରିତି ଯମୁନା କୂଳେ ହୋଇ ବାୟାଣୀ
ଅହନିଶି ଖୋଜେ ହେଲେ କାହିଁ ପାଏନି..
ସପ୍ତ ରନ୍ଧ୍ରେ ସପ୍ତ କଥା ମହୁଆ ଧ୍ୱନୀ
ଭାବ ବିହ୍ଵଳ ରେ ଡାକେ ମୁରଲୀ ପାଣି
ସେଇ ସାତ ସୁରେ ବନ୍ଧା ଜଗତ ପୁଣି
ବଇଁଶୀ ଟେ କରି ମୋତେ କରିଦେ ଋଣି..
ସ୍ପନ୍ଦନ ର ଅଣୁ ସମ ଫୁଙ୍କିଦେ ମୋତେ
ଗର୍ବ ଅହଂକାର କ୍ରୋଧ ଫିଙ୍ଗିଦେ ଯେତେ
ବାଜିବି ମୁଁ ସୁମଧୁର ହୋଇ ତୋ ପ୍ରିତେ
ସାରା ଜୀବନ ର ସୁଖ ମଣିଛି ତୋତେ...
ଛନ୍ଦା ପୟର ଯୁଗଳେ ଏହି ପ୍ରଣତି
ଶୂନ୍ୟେ ଥାଇ ପରଂବ୍ରହ୍ମ ରଚହେ' ପ୍ରିତି
ତୋ ଆଶିଷ ବାରି ସ୍ପର୍ଶେ ଗଜୁରୁ ଭକ୍ତି
ଭାବମୟ ହୋଇଉଠୁ ମିଳୁ ମୁକତି...
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
