ପୂର୍ଣ୍ଣତା ଦିଅ ଭରି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ମନ ମନ୍ଦିର ର
o ରିକ୍ତ ସଂହାସନେ
ପୂର୍ଣ୍ଣତା ଦିଅ ଭରି
• ଆରତୀ ଆରତେ
o ଡାକଇ ନିରତେ
o ଶୂନ୍ୟ ଥାଳ ହସ୍ତେ ଧରି  ।।
• ଯନ୍ତ୍ରଣା ଭରା 
o ଜୀବନ ଜାତକ
କେତେ ଅସହ୍ୟ ବେଦନା
• ଧୈର୍ଯ୍ୟ ହରା ହୋଇ
o କାତରେ ଡାକୁଛି
ସାଦରେ କରହେ ଘେନା  ।।
• ଅଶ୍ରୁ ଶ୍ରାବଣୀ ର
o ପବିତ୍ର ଜଳରେ 
ସେ ପଦ ସରୋଜ ଧୋଇ
• ଏ ହୃଦୟ ରକ୍ତ 
o ଉତ୍ପାଳାସନ ରେ
ଆସିନ ହୁଅ ଗୋସାଇଁ  ।।
• ଭର୍ତ୍ତା ହେ ମୋର 
o କିଛି ହେଲେ ନାହିଁ
ଅଳି ଅବା ଅରଦଳି
• ତୁମରି କରୁଣା
o ନକରିବ ଊଣା
ବିଶ୍ଵପତି ବନମାଳୀ  ।।
• ନ ହୁଅ ଉପଳ
o ଆହେ ନୀଳାଚଳ
ଅଚଳ ଦାରୁ ଦେବତା
• କୃପାସିନ୍ଧୁ ଦୀନ-
o ବନ୍ଧୁ, କୃପାକଲେ
କି କରିବ ବଳବନ୍ତା  ।।
• ଯାହାସବୁ ଦେଲ 
o ପାର୍ଥୀବ ଜଗତେ
ସେ ସବୁ ତୁମରି ଦାନ
• ତୁମେ ଦାତା ପ୍ରଭୁ
o ସୃଷ୍ଟି କରତା ହେ
ତୁମ ସୃଷ୍ଟି ମହୀୟାନ  ।।
• ଚରାଚର ବ୍ୟାପ୍ତ
• ଅନ୍ତର୍ଯ୍ୟାମୀ ନାଥ
• ଅନୁଗ୍ରହେ ଅନୁଗ୍ରହ
• କରହେ, ପ୍ରଫୁଲ୍ଲ
o କରେ ନିବେଦନ
o ଦିଅ ସେ ପଦେ ଆଶ୍ରୟ  ।।
        ଲୋଡା ନାହିଁ କିଛି,  ମୁଁ   ତୁମକୁ ଆଶ୍ରୟକଲି…  ।।

Post a Comment

0Comments
Post a Comment (0)