
ଅବଶ୍ୟ ନ ଥିଲା କାଳିର ଦାଗ
କି କାଗଜର ଚିହ୍ନ
କିନ୍ତୁ ଥିଲା ତୁମ ସୁନ୍ଦର ମୁଖମଣ୍ଡଳର
ଛାୟା ଚିତ୍ର
ଆଉ ନରମ ଓଠର ଲାଜୁଆ ହସ
ସତରେ କି ଅନନ୍ୟ ! କି ଅଭିନ୍ନ !!!
ଲେଖିଥିଲ ଦେବାକୁ ସଂକ୍ଷିପ୍ତ ଉତ୍ତର
ହେଲେ ତୁମ ମୋ ସମ୍ପର୍କ...
ସେ ତ ପ୍ରେମ ସ୍ନେହର ପ୍ରଶାନ୍ତ-ମହା ସାଗର
ଲେଖି ବସିଲେ ଛିଡା ହେବ
ଏଭାରେଷ୍ଟର କୀର୍ତ୍ତିସ୍ଟମ୍ଭ
ଭାବୁଛି କଣ ଲେଖିବି...?
ଖାଲି ଏତିକି ଲେଖୁଛି...
ତୁମେ ମୋ ପ୍ରିୟ
ଆଉ ମୁଁ ତୁମ ହୃଦୟର ପତ୍ର ପ୍ରିୟପତ୍ର।
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର
