ପ୍ରେମ - ସୁଧାକର ସେଠୀ

0


ସକାଳ ସୂରୁଜ ପରକରିଗଲା
ରହିଗଲ ତୁମେ ଛପିକି
ପିରତି ନାଗରା ବାଜିନିକି କାନେ
ରହିଛି ତ ପଥ ଚାହିଁକି

ଯେତେ ଝଡ ଝଞ୍ଝା ଆସୁଏ ଜୀବନେ
ଛାଡିବିନି ତୁମ ହାତ
ତୁମେହିଁ ପ୍ରଥମ ତୁମେ ମୋ ପରାଣ
ତୁମେତ ମୋ ପାଇଁ ଅନ୍ତ

ପିଲାଟି ଦିନରୁ ରଖିଛି ହୃଦରେ
ତାକୁ କଣ ଭୁଲି ପାରିବି
ଯେତେ ବଦଳିଲେ ମୁଁ ଅଛି ସେମିତି
ସଦାତ ପଥ ଚାହିଁ ଥିବି

ଜୀବନ ଅଳିକ ତୁତ ଚିରନ୍ତନ
ତୋ ସାଥେ ଯୋଡିଛି ଭାବ
ହୃଦୟ ଦେଇଛି ପରାଣ ବିକିଛି
ତୋ ବିନା ସବୁ ଅଭାବ
   
    ଜମ୍ବେଶ୍ବରପୁର, ବାଲେଶ୍ବର
         ୯୩୩୭୬୮୧୫୨୪

Sent from my Samsung Galaxy smartphone.

Post a Comment

0Comments
Post a Comment (0)