ରାସ୍ତା କଡ ବତୀ ସାଥେ - ଶିବ ଚରଣ ମହାପାତ୍ର

0
ଉଆଁସୀ ରାତି ର ନିର୍ଜନ ପ୍ରହରେ
ଖୋଜିବାକୁ ଗଲି ଚାନ୍ଦିନୀ ଜହ୍ନ
ବହଳ ଅନ୍ଧାରେ ରାସ୍ତା କଡ ବତୀ
ଚୋରି କଲା ମୋର ଚଗଲା ମନ..

ପଚାରିଲି ଧିରେ କୁହ ବନ୍ଧୁ ବାରେ
କାହିଁ ଗଲେ ଚାନ୍ଦ ମାନସୀ ମୋର
କରେ ଆକ୍ତାମାକ୍ତା ତା ପ୍ରିତି ମୁକୁତା
ସିଏ ରାଣୀ ଏଇ ଶିକ୍ତ ହୃଦ ର..

ପିସ୍ ପିସ୍ ହସି ପଥ ଧାରେ ବସି
କହିଲା ସେ ବତୀ ଉଜ୍ଜଳ  ଶିଖା
ଜହ୍ନ ର ଉଲଗ୍ନା ଯୌବନ ଛାତିରେ
ଅଛି କି ତୋ ନାମ କେଉଁଠି ଲେଖା..

ଗୁମସୁମ୍ ହେଲି ତା' କଥା ଶୁଣି
ପ୍ରତ୍ୟୁତ୍ତର ଦେଲି ହେ ନୀଳ ବତୀ
ଜାଣେନା ମୋ ନାଆଁ ଅଛି କି ନ ଅଛି
ସାକ୍ଷୀ ଥିବ ତାର ତତଲା ଛାତି..

ଯେ ଛାତି ଭିତରେ ପ୍ରତି ସ୍ପନ୍ଦନ ରେ
ଗୁଞ୍ଜରିତ ହୁଏ ମୋହରି ପ୍ରେମ
ଅନ୍ଧାର ରାତି ର ଅଭୂଲା  ମିଳନ
ଲେଖି ରଖିଥିଲା ଆମରି ନାମ..

ଲାଜେଇ ଗଲା ସେ ବଢୁଥିବା ବତୀ
ଭିତରେ ମୋ ଲାଗି  ରଚିଲା ରତି
ବୁଝିଗଲି ଯେବେ ତା ଆଖି ଇସାରା
ମୁରୁକି ହସ ରେ ପାହିଲା  ରାତି..

×-×-×-×-×-×

ଶିବ ଚରଣ ମହାପାତ୍ର 
ଚକ୍ରଧରପୁର କେନ୍ଦୁଝର 
Sent from my Samsung Galaxy smartphone.

Post a Comment

0Comments
Post a Comment (0)