ସାଧବ ପୁଅ ମୁଁ - ଅନାମ ଚରଣ ସାହୁ

0


ସାଧବ ପୁଅ ମୁଁ ...............
----–-------------------
ସାଧବ ପୁଅ ମୁଁ ମାଗେ ତୋ କରୁଣା
ଜୟ ତୁ ମଙ୍ଗଳା ମାଆ
ଭବ ସାଗରରେ ବସି ମୋ ଭେଳାରେ
ହେଉଥିବୁ ତୁହି ସାହା ।୦।
ତୋହ ଆଶରାରେ ମୋର ଦିନ ସରେ
ନିଇତି ଭଜେ ତୋ ନାମ
ସଂସାର ହାଟରେ ବିପଣି ମେଳାରେ
ବୁଦ୍ଧି ହୁଅଇ ମୋ ବାମ
କହି ଦେଉଥିବୁ କର୍ଣ୍ଣେ ତୁ ମାଆଲୋ
କାମ ମୋର ଯାହା ଯାହା ।୧।
ହୃଦୟ ମନ୍ଦିରେ ନିତି ତୋ ପୟରେ
ଭକତି ଦେଉଛି ଢାଳି
ପଣତେ ତୋହର ଘୋଡେଇ ରଖିବୁ
ପାପ ଯେତେ ସବୁ ଜାଳି
ଶେଷ ହାଟ ସାରି ଗଲେ ମୁଁ ବାହୁଡି
କୂଳେ ଲଗାଇବୁ ନାହା ।୨।
------------------------------
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

Post a Comment

0Comments
Post a Comment (0)