
ଗୁରୁଜନେ ସନମାନ,
ଲଘୁଜନେ ସ୍ନେହ ଦୁଃଖିରେ ସୁଦୟା
କରେ ଯେ ମହତ ଜନ ll
କଟୁକଥା କେବେ କହେନାହିଁ କା'ରେ
ମରମେ ନଦିଏ ବ୍ୟଥା,
ଛୋଟପିଲା ଠାରୁ ବୁଢା ପରିଯନ୍ତେ
ସଭିଙ୍କର କରେ ଚିନ୍ତା ll
ଭୋଗୀକୁ ତେଜିବା ରୋଗୀଜନେ ସେବା
ପିତା,ମାତା ପଦେ ଧ୍ୟାନ,
ଦେବ, ଦ୍ୱିଜେ ଭକ୍ତି ଭିନ୍ନକ୍ଷମେ ପ୍ରୀତି
କରେ ଯେ ମହତ ଜନ ll
ପର ଦରବରେ ବଳାଏନା ମନ
ଅଳପ ହୁଅଇ ଶାନ୍ତି,
ମିଛକୁ ଯେ ଜନ ପାପ ବୋଲି ମଣେ
ମହତ ଅଟେ ସେ ବ୍ୟକ୍ତି ll
କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,
ମୟୁରଭଞ୍ଜ l
