ନିର୍ବାଚନର ଦିନ ଯେତେ ଯେତେ ପାଖେଇ ଆସୁଛି ରାଜନୈତିକ ନେତାମାନଙ୍କ ଉତ୍ସାହ ଓ ଜନତାଙ୍କୁ ଦେଉଥିବା ପାଣି ଗାରର ପ୍ରତିଶ୍ରୁତି ସେତିକି ସେତିକି ବଢି ବଢି ଚାଲିଛି । ଏହି ରାଜନେତାଙ୍କ ରାଜନୀତି ବନାମ ଆଜନୀତି " ଆଜିକ ଚଳି ଯିବାର ଏକ ନକଲି ପନ୍ଥା " କହିଲେ ଅତ୍ୟୁକ୍ତି ହେବନା୍ହିଁ । ଅପରପକ୍ଷରେ କୁହାଯାଇପାରେ- ଅତୀତର ରାଜତନ୍ତ୍ର ଓ ବର୍ତ୍ତମାନର ଗଣତନ୍ତ୍ର ଭିତରେ ସେଭଳି କୌଣସି ଫରକ ନାହିଁ । କେବଳ ପ୍ରଜା ମାରଣ ଭିତରେ ଶୋଷଣ ଓ ଅତ୍ୟାଚାରର ସ୍ୱରୂପ ଭିନ୍ନ ଭିନ୍ନ ରୂପ ନିଏ । ରାଜତନ୍ତ୍ରରେ ସମ୍ରାଟ ଏକଛତ୍ର ଅଧୀଶ୍ୱର, ବିଳାସୀ କାମୁକ ପାଲଟେ । ତାର ଅବିବେକିତା ଓ କାମୁକତା ରାଣୀ ହଂସପୁରରୁ ତାର ନିଜ ଇଲାକା ମଧ୍ୟରେ । ସେଠାରେ ସବୁ କିଛି ମାନବିକତାର ବିରୋଧ ଘଟେ । ସେ ସମ୍ରାଟଙ୍କର ମଣିଷତ୍ୱ ମଣିଷ ପଣିଆ ନଥାଏ, ପୁରୁଷତ୍ୱ ନଥିବା କୁହାଯାଇ ପାରେ । ଏହି ରାଜତନ୍ତ୍ରର ଭଗ୍ନାବଶେଷ ହେଉଛି 'ଗଣତନ୍ତ୍ର' । ଯେଉଁଠି କେବଳ ଅଛି ରାଜା ବଦଳରେ ରାଜନେତାଙ୍କ ଷଢ଼ଯନ୍ତ୍ର, ଅତ୍ୟାଚାର, ଅନ୍ୟାୟ, ଅହଂକାର ସବୁ କିଛି ଭରି ରହିଛି । ଅନ୍ଧ, ମୂକ ଓ ବଧୀର ହୋଇ ପଡିରହିଥିବା ଇତିହାସର ଅତୀତ ପୃଷ୍ଠାକୁ ଖୋଲି ପୃଷ୍ଠା ପରେ ପୃଷ୍ଠା ଅବଲୋକନ କଲେ କେବଳ ଦେଖି ବାକୁ ମିଳିବ ରାଜାଙ୍କ ଯଶ ଓ ବିଜଯର କୃତୀତ୍ୱ, ଭାଟ ରାଜାଙ୍କ ପ୍ରଶସ୍ତି ରାଜ ଦରବାରରେ ଗାନ କଲା ଭଳି, ଇତିହାସରେ ତାହାହିଁ ଚର୍ଚ୍ଚିତ । ଇତିହାସ ଲେଖାଯାଏ ତୋଷାମଦ ଚାଟୁକାରଙ୍କ ହସ୍ତରେ...!! ଯନ୍ତ୍ରଣା ଓ ହାହାକାରର ବାସ୍ତବ ଚିତ୍ର ସେଥିରୁ ମିଳିବ ବା କାହିଁ ।
ଯୁଗେ ଯୁଗେ ଇତିହାସ ପ୍ରମାଣ କରି ଆସିଛି ଯେ ସିଂହାସନରେ କେବେ ମହାରଥୀ ମହାତ୍ମା ମାନେ ବସନ୍ତି ନାହିଁ , ବସନ୍ତି ଦୁରାତ୍ମାମାନେ । ସିଂହାସନ ସେଇମାନଙ୍କର ପ୍ରାପ୍ୟ, ଯେଉଁ ମାନେ ଯେତେ ସାଧାରଣ ନୀରିହ ମଣିଷକୁ ବୋକା ବନାଇ ପାରେ । ଏହି ଦୁରାତ୍ମା ମାନେ କାହାର ନୁହନ୍ତି , ଅର୍ଥ, ବାହୁବଳ ଓ କ୍ଷମତା ରାଜନୀତି ଖେଳରେ ଏମାନେ ସ୍ୱକୀୟ କରାମତି ଦେଖାନ୍ତି । ଏହି ରାଜନୈତିକ ନେତାଙ୍କ ସ୍ୱରୂପ ଜଣେ ଉଂଚ ପ୍ରଶାସନିକ ତଥା ପ୍ରତିଷ୍ଠିତ କବି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଭାଷାରେ- " ପ୍ରଥମେ ଛାଡେ କାଦୁଅ/ ସୁନ୍ଦର ତମ ପବିତ୍ର ତମ/ ପ୍ରିୟ ତମ ଶ୍ରେୟ ତମକୁ ।" କହିବା ବାହୁଲ୍ୟ ଜଣେ ରାଜନୈତିକ ନେତା ହେବାକୁ ହେଲେ ସେ ଅନ୍ୟ ବିରୁଦ୍ଧରେ ନୀତି ବନାବ ଅନୀତି ବିପକ୍ଷରେ ସାର ଗର୍ଭକ ଲମ୍ବା/ ଦୀର୍ଘ ଭାଷଣ ଦେଇ ପାରୁଥିବ । ସେଭଳି ସୁଯୋଗ୍ୟ ବ୍ୟକ୍ତି ପୁଣି ପରୋକ୍ଷରେ ନିନ୍ଦା କରି ପାରୁଥିବ । ଯେତେ ତା'ର ପ୍ରିୟତମ/ଶ୍ରେଷ୍ଠତମ/ଗୁରୁସମ ଘନିଷ୍ଠ ବନ୍ଧୁ ହେଲେବି, ସମ୍ମାନସ୍ପଦ ହେଲେବି ତା' ନାମରେ ଶୁଖିଲା ମିଥ୍ୟା କୁତ୍ସିରଟନା ସହ ତାଙ୍କୁ ଉପେକ୍ଷା କରି ପାରୁଥିବ, ସେଇଭଳି ବ୍ୟକ୍ତିମାନେହିଁ ରାଜନୀତିକ ନେତା ହୋଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସେମାନେ ସାଧାରଣ ନିରୀହ ଜନତାଙ୍କୁ ଭଣ୍ତାଇ ପାରନ୍ତି । ଛଳନାର ପ୍ରତିଶ୍ରୁତିରେ ପୁଟ ଦେଇ ସେମାନଙ୍କ ମନକୁ ଜିଣିନେବାକୁ ଯଥେଷ୍ଟ ଚେଷ୍ଟା କରନ୍ତି । ଯଦି କେହି ଏଭଳି ନେତାମାନଙ୍କ କଥାରେ ଅରାଜି ହୁଅନ୍ତି, ତେବେ ସେ କ୍ଷେତ୍ରରେ ଗୁଣ୍ତାଗିରି ଦ୍ବାରା ତାକୁ ହାତକୁ ନିଆଯାଏ, ଯିଏ ଭୋଟ ଖଣ୍ଡେ ପାଇବା ପାଇଁ ସେ ସେତିକି ଲୋକଙ୍କ ଦ୍ୱାରସ୍ଥ ହୋଇଥାଏ, ଭୋଟ ପାଇସାରିବା ପରେ ସେମାନଙ୍କ ଆଉ କୌଣସି ପ୍ରକାର ଦେଖା ମିଳେ ନାହିଁ । ଏପରିକି ଜନତାର ରକ୍ଷକ ସେବକ ନାମରେ ଭକ୍ଷକ ସାଜି ଭୋଟର ମାନଙ୍କ ସର୍ବନାଶ କରିବାକୁ ପଛାଉନାହାନ୍ତି ।
ରାଜନୀତିରେ ଆଜି ସଚ୍ଚୋଟ ନେତାଙ୍କ ଯଥେଷ୍ଟ ଅଭାବ ରହିଯାଇଛି । ଭୋଟରମାନଙ୍କୁ ଏଭଳି ନେତା ଚୟନ କରିବାକୁ ପଡ଼ିବ ଯେଭଳି ସେମାନଙ୍କ ସୁଖ ଦୁଃଖରେ ତାଙ୍କ ପସନ୍ଦର ନେତା ସହାୟକ ହୋଇପାରିବେ । ଯେଉଁମାନଙ୍କ ମନରେ ଭୋଗ ଅପେକ୍ଷା ତ୍ୟାଗ କରିବାର ମନୋଭାବ ପ୍ରତିପୋଷଣ ଅହର୍ନିଶି କରୁଥିବ । କାରଣ ଆଜି ଯାହା ହାତରେ ଯେତେ ଅର୍ଥ, କ୍ଷମତା ଓ ବାହୁବଳ ଅଛି, ସେ ରାଜନୀତିର ପଶାକାଠିରେ ଅବତୀର୍ଣ୍ଣ ହୁଅନ୍ତି । ଏହି ରାଜନେତା ମାନଙ୍କୁ ସାହାଯ୍ୟ ଯେଉଁ କର୍ମୀ ମାନେ କରିଥାନ୍ତି, ସେମାନେ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ ସରଳ ସାଧାରଣ ଭୋଟରଙ୍କୁ ଭୁଲେଇ ଦିଅନ୍ତି । ସାଧାରଣ ଭୋଟର ରାଜନେତାଙ୍କୁ ଚିହ୍ନୁ ବି ନଚିହ୍ନୁ , ସେ କିନ୍ତୁ ରାଜନେତା ମାନଙ୍କ ଚାଟୁକାର କର୍ମୀଙ୍କମାନଙ୍କ ମନଲୋଭା କଥାରେ ବଶବର୍ତ୍ତୀ ହୋଇ ନିଜର ଅମୂଲ୍ୟ ଭୋଟ ଖଣ୍ତିକ ଦେଇ ପୂର୍ବ ପରି ମୁହଁ ମାଡି ପଡିଥାନ୍ତି । ଚାଟୁକାର ବନାମ ଭାଟମାନେ ତାଙ୍କ ନେତାଙ୍କ ବିଜୟ ପରେ ଦେଶ ପଛେ ରସାତଳକୁ ଯାଉ, ସେମାନେ ନିଜ ନିଜ ସ୍ୱାର୍ଥରେ ଲାଗିପଡିନ୍ତି । ଏହି କର୍ମୀ ମାନଙ୍କ ଶିକ୍ଷା ଦୀକ୍ଷା ଥାଉକି ନ'ଥାଉ ସେମାନେ ଉଂଚ ପଦ/ପଦବୀରେ ଅଭିଷିକ୍ତ ହୁଅନ୍ତି । ବିଜୟୀ ରାଜନେତା ବିଜୟ ପରେ କେବଳ ନିଜ ହାତକୁ ସମସ୍ତ କ୍ଷମତା ନେବା ପାଇଁ ତାର ନିଜଲୋକ/ ତା କର୍ମୀ ମାନଙ୍କୁ ପ୍ରତ୍ୟେକ ସାନ୍ଥରେ ବସାଇଥାଏ । କ୍ଷମତା ଲିପସ୍ୟୁରେ ଅନ୍ଧ ହୋଇ ଏମାନେ ନୀତି ଅନୀତି ନମାନି ଦୁର୍ନୀତି କରନ୍ତି । ନିର୍ବାଚନ କମିଶନ ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ପାଇଁ ପଚାଶ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ଏମାନେ ଏହା ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ତେବେ, ଏମାନଙ୍କ ନିକଟକୁ ଅଧିକ ଅର୍ଥ ଆସେ କେଉଁଠୁ (?), ସାଧାରଣ ବ୍ୟକ୍ତି ବୁଝିବା ଆବଶ୍ୟକ ଯେ, ଯେଉଁମାନଙ୍କ ଠାରୁ ମୋଟା ଚାନ୍ଦାର ପାଣ୍ଠି ସଂଗ୍ରହ ହୋଇଥାଏ , ନିର୍ବାଚନ ପରେ ଦରଦାମ ବୃଦ୍ଧି ଘଟାଇ ସେମାନେ ଅର୍ଥ କେବଳ ଭରଣା କରାଯାଏ ନାହିଁ, ଅଧିକକନ୍ତୁ ମୁନାଫା/ ଫାଇଦା ଉଠାଇବାକୁ ସୁଯୋଗ ମିଳିଯାଏ । ଅପରପକ୍ଷରେ ବିଜୟୀ ପ୍ରାର୍ଥୀ ନିର୍ବାଚନରେ ବ୍ୟୟ କରିଥିବା ଅର୍ଥ ଫେରି ପାଇବା ପାଇଁ ଓ ଆଗାମୀ ନିର୍ବାଚନରେ ପୁନଃ ପ୍ରାର୍ଥୀ ହେବା ପାଇଁ ବହୁଳ ଅର୍ଥ ଜମା ନିମନ୍ତେ ଅସତ୍ ପଥ ବାଛି ନିଅନ୍ତି । ଦୁର୍ନୀତି ଲିପ୍ତ ହୋଇପାରନ୍ତି , ଅବଶ୍ୟ ସବୁ ନେତା ତାହା ନୁହନ୍ତି, ଏପରି କେତେକ ନିଜର ସର୍ବସ୍ୱ ହରାଇ ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ନଜିର ରହିଛି, ଜନସାଧାରଣଙ୍କ ନିକଟରେ ସେମାନେ ଚିର ନମସ୍ୟ ହୋଇପାରିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ, ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଶିକ୍ଷା, ବୃର୍ତ୍ତି ତଥା ସଂପତ୍ତି ତାଲିକା ଜନସାଧାରଣଙ୍କୁ ଅବଗତ କରାଇନେବା ପାଇଁ, ତେଣୁ ଏକ୍ଷେତ୍ରରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ତାଲିକା ସଂକ୍ଷିପ୍ତ ପରିଚୟ ପୁସ୍ତିକା ପ୍ରକାଶରେ ଜନସାଧାରଣଙ୍କୁ ବଣ୍ଟନ କରିବା ବିଧେୟ । ଯାହା ଦ୍ଵାରା ସାଧାରଣ ଭୋଟଦାତା ଅନୁନ୍ୟ ତା' ମନୋନୀତ ପ୍ରାର୍ଥୀ ସଂପର୍କରେ ଯତ୍ କିଞ୍ଚିତ ଧାରଣା ଆଣିଦେଇ ପାରିବ ।
ସେଭଳି ଯଦି ଭୋଟଦାତାଙ୍କ କେହି ମନୋନୀତ ପ୍ରାର୍ଥୀ ନଥାନ୍ତି ବା ପ୍ରାର୍ଥୀ ମାନଙ୍କ ମଧ୍ୟରୁ କେହି ପସନ୍ଦ ନୁହନ୍ତି, ତାହା ନୋଟା (NOTA) ଭୋଟ ଦ୍ୱାରା ଜଣାଇବାର ସୁଯୋଗ ଥାଇ ମଧ୍ୟ ଭୋଟ ଦାତା ଅନଭିଜ୍ଞ ଥିବାରୁ ତାହା ହୋଇପାରେ ନାହିଁ । ଗଣତନ୍ତ୍ର ରାଷ୍ଟରେ ଭୋଟ ଦେବାର ସଂପୂର୍ଣ୍ଣ ସ୍ୱାଧୀନତା ଅଧିକାର ସମସ୍ତ ସାବାଳକ ଭୋଟର ଅର୍ଥାତ ଭୋଟର ତାଲିକାରେ ନାମ ଥିବା ଭୋଟର ଉପଭୋଗ କରି ପାରିବେ । ଏବେବି ଦେଖାଯାଉଛି, ମଦ୍ୟପ, ହତ୍ୟାକାରୀ, ନାନା ଦୁର୍ନୀତିରେ ଲିପ୍ତ ରହୁଥିବା ବ୍ୟକ୍ତି ଯେ କେହି ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଦେଇ ଅସାଧୁ ଉପାୟରେ ଭୋଟରଙ୍କ ଅନୁକମ୍ପା ପାଇବାରେ ଆଶାବାଦୀ ହେଉଛନ୍ତି । ସେମାନଙ୍କ ଅର୍ଥ, ବାହୁବଳ ଦ୍ଵାରା ବେଳେ ବେଳେ ବିଜୟୀ ହୋଇ ଦେଶକୁ ଦୁର୍ବଳ କରିଥାନ୍ତି । ଦଂଗା, ସାଂପ୍ରତିକତା, ଲୁଟତରାଜ ଆଦି ଅନେକ ଅଘଟଣ ମୂଳକ ଘଟଣା ସେମାନଙ୍କ ଈଶାରାରେ ଚାଲେ , ସେମାନେ ପଥ ଆଢୁଆଳରେ ରହି ରିଂଗ ମାଷ୍ଟର ସାଜିଥାନ୍ତି । ଏପରିକି ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ, ମହାବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ମାନଙ୍କରେ ଅବାଧ ପ୍ରବେଶ କରି ଛାତ୍ର ସମାଜକୁ , ଦେଶର ଆଗାମୀ ଭବିଷ୍ୟକୁ ନଷ୍ଟ/ କୁପଥଗାମୀ କରାଇଥାନ୍ତି । ଶିକ୍ଷା ମନ୍ଦିରରେ କଳୁଷିତ ବାତାବରଣ ସୃଷ୍ଟି ହୋଇ କୋମଳ ମତି ଛାତ୍ର ଛାତ୍ର ମାନଙ୍କ ମଧ୍ୟରେ ଶୀତଳ ଲଢେ଼ଇ ହୁଏ, ହଣା କଟା, ମରାମରି ବିଭିନ୍ନ ଅଘଟଣ ଘଟିଯାଏ । ଅନେକ ସମୟରେ ଦେଖା ଯାଇଛି , ରାଜନୀତିକ ନେତାଙ୍କ ପର୍ଯାୟରେ ଯେଉଁଠି ଏକତା ନାହିଁ, ନିର୍ଦ୍ଦିଷ୍ଟ ଆର୍ଦଶ ନାହିଁ , ସେଭଳି ରାଜନୀତିକ ନେତା ଦେଶକୁ ସୁଶାସନ ଦେବେ ବା କିପରି , ତାହା ଅନୁମେୟ କରାଯାଇ ପାରେ । କାରଣ ଯେଉଁ ପରିବାରରେ ବାପ+ ପୁଅ, ସ୍ୱାମୀ+ସ୍ତ୍ରୀ, ମା+ଝିଅ, ଭାଇ+ଭଉଣୀ ମଧ୍ୟ ନିଜ ରାଜନୀତିକ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ରାଜନୀତିକ ଦଳରେ ଯୋଗ ଦେଉଛନ୍ତି ଓ ପ୍ରାର୍ଥୀ ହୋଇ ନିଜର ବଂଶୀୟ ପରଂପରାକୁ ନଷ୍ଟ କରୁଛନ୍ତି, ନିଜ ରକ୍ତ ନିଜ ରକ୍ତ ସହ ଶତୃତା ଆଚରଣ କରୁଛନ୍ତି । କେବଳ ଅର୍ଥ/ କ୍ଷମତା ପାଇଁ ଏମାନେ ମୋହଛଡା ହୋଇ ପାରୁଛନ୍ତି । ଏକ୍ଷେତ୍ରରେ ଏଭଳି ନେତା/ନେତ୍ରୀଙ୍କୁ ଚିହ୍ନି ଚୟନ/ପସନ୍ଦ କରିବା ଅନୁଚିତ ।
ଦଳ ପରିବର୍ତ୍ତନ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ଯେଉଁ ନେତାମାନେ ଏଭଳି ଦଳ ପରିବର୍ତ୍ତନ କରନ୍ତି, ସେମାନେ କେତେ ସଚ୍ଚୋଟ/ଆଦର୍ଶ/ ନିର୍ଭୀକ ଭାବ ମୂର୍ତ୍ତିର ନେତା ସେମାନଙ୍କ ଦଳ ପରିବର୍ତ୍ତନରୁ ସ୍ପଷ୍ଟ ହୋଇଯାଏ । ନିଜ ସ୍ୱାର୍ଥରେ ସାମାନ୍ୟତମ ପ୍ରତିବନ୍ଧକ ଦେଖାଦେଲେ ଏମାନେ ଦଳ ତ୍ୟାଗ କରନ୍ତି । ଏଭଳି ନେତାଙ୍କ ଭାବ ମୂର୍ତ୍ତି ପସନ୍ଦ କରିବା କେତେ ଦୂର ଯଥାର୍ଥ ତାହା ବିଚାରଯୋଗ୍ୟ । ଏମାନେ କେତେ ଦୂର ଧପାବାଜ୍/ ଟାଉଟର/ ଦୁର୍ନୀତି ଖୋର ନେତା "ବର୍ଷା ଯୁଆଡେ ଛତା ସିଆଡେ/ ବତୀପେଲା ନେତା , ଏମାନଙ୍କର ନିଜସ୍ଵ ସ୍ଥିତି କିଛି ନାହିଁ , କହିଲେ ଚଳେ । ଦଳତ୍ୟାଗ କରି ଅନ୍ୟ ଦଳରେ ମିଶିବା ଅପେକ୍ଷା ସ୍ୱାଧିନ ଭାବରେ , ନିଜ ଶକ୍ତିର ପରିଚୟ ଦେବାକୁ ଏମାନଙ୍କ ସାହସ ନାହିଁ । ଦଳବଦଳ କରିବା ପଦ୍ଧତିକୁ ବାଛନ୍ଦ କରାଯିବା ଆବଶ୍ୟକ ।
ଦେଶର ଅବସ୍ଥା ଯାହା ହେଲାଣି ନକହିଲେ ଭଲ । ରାଜନୀତିକ ନେତାମାନଙ୍କ ବୃଥା ଆସ୍ଫାଳନରେ ଦେଶର ବିକାଶ ଘଟେ ନାହିଁ । ସାଧାରଣ ଜନତାଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି ଓ ସଂଘର୍ଷ କରି ଦିନ ବିତାଉଛନ୍ତି । ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟର ଅବନତି ଦେଖା ଦେଇଛି । ସାଧାରଣ ମଣିଷ ପେଟକୁ ଦୁଇଓଳି ଖାଇବାକୁ ପାଉନଥିବା ବେଳେ ନେତାମାନେ ପଞ୍ଚତାରକା ହୋଟେଲର ଶୀତତାପ ନିୟନ୍ତ୍ରଣ କୋଠରୀ ମଧ୍ୟରେ ରାତି ବିତାନ୍ତି । ଦେଶର ଆର୍ଥିକ ଅନଟନ ଦର୍ଶାଇ ବେକାରି ସୀମା ବୃଦ୍ଧି ପାଇବାରେ ଲାଗିଛି, ଅଥଚ ନିଜର ଦରମା, ଭତ୍ତା, ପେନସନ୍ ବୃଦ୍ଧି କରିବା ସଂଖ୍ୟା , ବିଭିନ୍ନ ଉପାୟରେ ବିଦେଶୀ ବ୍ୟାଙ୍କରେ ସାତ ପୁରୁଷ ପାଇଁ ସଞ୍ଚୟ କରିଚାଲିଛନ୍ତି । ଏବେ ସମୟ ଆସିଛି ଭୋଟରମାନେ କୌଣସି ଦଳର ନେତାଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଭାସିନଯାଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରନ୍ତୁ , ପସନ୍ଦ ପ୍ରାର୍ଥୀ ନଥିଲେ ନୋଟା ଅର୍ଥାତ କେହି ପସନ୍ଦ ନୁହନ୍ତି ମାଧ୍ୟମରେ ଜଣାଇ ଦିଅନ୍ତୁ । ନିଜର ଅମୂଲ୍ୟ ଭୋଟ ଖଣ୍ତିକ ଯେଭଳି ଅପାତ୍ରରେ ନପଡୁ । ମଧୁ ବାରିଷ୍ଟର, ଗୋପବନ୍ଧୁ, ବିଜୁ ବାବୁଙ୍କ ଭଳି ସର୍ବତ୍ୟାଗୀ ନେତାଙ୍କ ଆବିର୍ଭାବ ଘଟୁ....!!!

●ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷା : ୯୪୩୭୭ ୪୦୨୮୦
Email : Laxmansahoo9040@gmail.com