ଗଚ୍ଛଟିଏ ମୁଁ ଗଛଟିଏ - କୁମୁଦ ଚନ୍ଦ୍ର ଦଳେଇ

0
ଗଚ୍ଛ ଟିଏ ମୁଁ ଗଚ୍ଛ ଟିଏ
ଶୋଭା ବଢାଉଛି ଧରଣୀ ରାଣୀର
ସତେକି ମୟୂର ପୁଚ୍ଛ ଟିଏ...

ତରୁ ଟିଏ ମୁଁ  ତରୁ ଟିଏ
ଦେଖିଛ କି କେବେ ନିଜ ସ୍ୱାର୍ଥ ପାଇଁ
ଚିନ୍ତା କରିଛି ମୁଁ ଥରୁଟିଏ...

ପାଦପ ଟେ ମୁଁ ପାଦପ ଟେ
ଜଗତ କଲ୍ଯାଣ ଅଟେ ମୋର ଧର୍ମ
ବିହି ଲେଖିଛି ମୋ ଭlଲପଟେ

ବୃକ୍ଷ ଟିଏ ମୁଁ ବୃକ୍ଷ ଟିଏ
ମୋ ଠାରୁ ଅଧିକ ମାନବ କଲ୍ଯାଣ
ସାଧି ପାରୁଅଛି ଅଉ କିଏ ?

ମହୀରୁହ ମୁହିଁ ମହୀରୁହ
ନୀରିହ ମୁଁ ବୋଲି ମୋ ଶାଖା କାଟୁଛ
କି ଯଶ ପାଉଚ ତୁମେ କୁହ?

ମହାଦ୍ରୁମ ମୁହିଁ ମହାଦ୍ରୁମ
ମୋ ମୂଳକୁ କାଟି ମୃତ୍ୟୁ କୁ ଡାକୁଛୁ
ହେଲାଣି କି ତୁମ ମତିଭ୍ରମ

ଆମେ ସବୁ ଯେତେ ଉଦ୍ଭିଦ
ସୁସ୍ଥ ପରିବେଶ ଆମର ଦାୟିତ୍ଵ
ଦୁରେଇବୁ ଯେତେ ପ୍ରମାଦ

ଗଚ୍ଛର ପ୍ରତିଶବ୍ଦ - ବୃକ୍ଷ, ତରୁ, ପାଦପ, ମହୀରୁହ, ଦ୍ରୁମ

Writer's Details: Kumuda chandra Dalei
Content Category:
Submission Date: Apr 23, 2019

Post a Comment

0Comments
Post a Comment (0)