
ଚୁଡିକୁ ପିନ୍ଧିବା ନିୟମ
କିଏ ଯେ ଆରମ୍ଭ କରିଛିନାରୀ ପାଈଁ ଲାଗୁ କରିଛି
ଡରାଈ ଥରାଇ ରଖିଛି ॥
ଚୁଡିର ମହତ୍ତ୍ବ ଅଲଗା
ଗରୀବ ଯିଏ ହୋଇଛି
ଧନୀ ପାଇଁ ଭିନ୍ନ ଅଟଇ
କେଉଁ ବିଧାତା ଯେ ରଚିଛି ॥
ଚୁଡି ପାଇଁ କିଏ ବଂଚୁଛି
ଚୁଡି ପାଈଁ କିଏ ମରୁଛି
ଚୁଡି ନେଇ ଚିତ୍ର କରୁଛି
ସୁନ୍ଦର ଜନମ ପାଇଛି ॥
ସୁନା ରୁପା ଅବା ଅନ୍ୟାନ୍ୟ
ଫରକ ନିଶ୍ଚେ ରହୁଛି
ଚୁଡିକୁ ଯେ ଜନ୍ମ କରିଛି
ଧନ୍ୟବାଦ ତାକୁ କରୁଛି ॥
Writer's Details: Diptilekha mishra, Goilundi, Berhampur
Content Category:
Submission Date: Apr 21, 2019
