ଚିହ୍ନି ରଖ ଭ୍ରାତାଙ୍କ ବଦନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ଗୋ-ଅମୃତ ଦେଇ ଯତ୍ନେ ପାଳିଲେ କି ହେବ
ଅହି ଗରଳ ଉଗାରେ କାହୁଁ ଛାଡିବ ସ୍ଵଭାବ
ଖଳ ସ୍ଵଭାବ ଯେ  ପ୍ରାଣୀ କୁଟିଳ କୁଚକ୍ରୀ
ସର୍ବହରା କରେ ସଂସାରେ ତାର ହୀନ ବୁଦ୍ଧି  ।।
ଛାଇ ପରି ଚାରି ପାରୁସରେ ଲାଗି ରହେ
ଅର୍ଣ୍ଣ,ଜଳ ଭୁଞ୍ଜି ପଛୁ ଛୁରୀ ଭୁଷି ଥାଏ
ଖଳବୁଦ୍ଧି ନିବାରଣେ ବୁଦ୍ଧି ହୁଏ ବଣା
ଖଳ ନୁହଇ ଆୟତ ଦୈବୀଶକ୍ତି ବିନା  ।।
ଅ‌ହି ଦଂଶନେ ଗରଳ ମନ୍ତ୍ରୈ।-ଷଧି ବଳେ
ଉପସମ ହୋଇଥାଏ ଗୁଣିଗାରେଡି ରେ
ଖଳ କିନ୍ତୁ ମହାନର୍ଥ ଦିଏ ଉପୁଜାଇ 
ଗୁଣି କି ଗାରେଡ଼ି ମନ୍ତ୍ର କାଟୁ କରେ ନାହିଁ  ।।
ସର୍ପ କୃର ଖଳ କୃର ସର୍ପାତ୍ କୃରତର
ଖଳ,ସରଜେ ସମାଜେ ଖେଳ ଦୁର୍ଦ୍ଦିନର  
ସାବଧାନ ହୁଅ ବନ୍ଧୁ ଏ ଚରିତ୍ର କବଳୁ
ନିଜକୁ ବଞ୍ଚାଅ ସର୍ବନାଶି ପ୍ରଭାବରୁ     ।।
ହିରଣ୍ୟକଶିପୁ,କଂସ,ରାବଣ,କୈ।ରବ
ଖଳ ବୁଦ୍ଧି ର କବଳେ କେତେ ପରାଭବ
ନାହିଁ ପିତା, ପୁତ୍ର, ପତ୍ନୀ କହ କାହିଁ ଭାଇ
ଖଳ କଳିର ପ୍ରଭାବେ କବଳିତ ମହୀ  ।।
କେତେ ପ୍ରଲୋଭନ କେତେ ଚାଟୁବାଣୀ କହି
ରଞ୍ଜନ କରଇ ଚିତ୍ତ ମନ ନିଏ ମୋହି
ଅଜାଣତେ ସାବଧାନେ ହଳାହଳ ବିଷ
ଢାଳିଦେଇ ଅବିଳମ୍ବେ ପ୍ରାଣ କରେ ନାଶ  ।।
ଭୟଙ୍କର ଏହି ଖଳ ସମାଜ ଅଇରି
ଅତିକାୟ ରୂପତାର କରେ ହତଶୀରି
ବେଳ ଥାଉ ଚିହ୍ନ ବନ୍ଧୁ ଏ ଭ୍ରାତାଙ୍କ ବଦନ
କହଇ ପ୍ରଫୁଲ୍ଲ ବାରେ ହୁଅ ସାବଧାନ  ।। 

Post a Comment

0Comments
Post a Comment (0)