ବିଶ୍ଵ କରୁ ସନମାନ - ସନ୍ତୋଷ ପଟ୍ଟନାୟକ

0
ବସନ୍ତ ସାମ୍ରାଜ୍ୟେ ପଣା ସଂକ୍ରାନ୍ତିର 
       ଉତ୍ସବ ହେଲା ଘୋଷଣା 
   ଦଣ୍ଡକାଳୀ ବ୍ରତ ସମାପନ ହବ 
         ଭକତ କଲେ  ମାଜଣା....

     ପ୍ରକୃତି ପରବ ସ୍ବତନ୍ତ୍ର ଏ'ଦିନ
            ନବବର୍ଷ ଆମ ଆଜି
   ଓଡିଆ ସଂସ୍କାରେ ମାତୃକୃପା ସାର
          ମନରେ ମାଆଙ୍କୁ ଭଜି 
         ହିଂସା ଦ୍ବେଷ ସବୁ ତେଜି
   ସ୍ନେହ ପ୍ରେମ ପ୍ରୀତି ମମତାକୁ ନେଇ 
         ଭକ୍ତି ଭାବେ ଯିବା ହଜି....  

     ଭକତ ପ୍ରବର ହନୁମନ୍ତ ଜନ୍ମ 
          ଶୁଭବେଳା ଶୁଭଲଗ୍ନ
        ଘେନ ମୋ କୋଟି ପ୍ରଣାମ 
  କଳିଙ୍ଗ ପ୍ରବାସୀ ଦୁଃଖ ଦିଅ ନାଶି 
           ବିଶ୍ବକରୁ ସନମାନ .....

Post a Comment

0Comments
Post a Comment (0)