• ବିଧାତା ଗଢିଛି ସଂସାର ଏକେ ଅନ୍ୟେ ଅଭିନ୍ନ
• ଗୁରୁ,ଲଘୁ ପୁଣି ତରଳ ସର୍ବେ ନୁହେଁ ସମାନ ।।
• ଛୋଟ,ବଡ଼,କରି ଧରାକୁ ସନ୍ତୁଳିତ ପ୍ରକାରେ
• ସୃଜନ କରନ୍ତି ବିରଞ୍ଚି ପରା ଏହି ସଂସାରେ ।।
•
• ତହୁଁ ଆନ କାହିଁ ହୋଇବ କାକ ହେବ କୋଇଲୀ
• ସର୍ବେ ପାଟରଣୀ ହୋଇଲେ କିଏ ହେବ ପୋଇଲୀ ।।
• ସର୍ବେ କାଳିଦାସ ହେବେ ଜୟଦେବ କହ କିପରି
• ନିଜେ ନିଜପରି ତାଭିନ୍ନ କେହି ନୁହେଁ କା ସରି ।।
•
• ଏକ ମାଆ ଗର୍ଭୁ ଜନ୍ମିତ ପାଞ୍ଚ ସନ୍ତାନ ଏକ
• ପ୍ରକାରେ ନୁହନ୍ତି ଅଲଗା ଚିତ୍ର ଏକୁଆରେକ ।।
• କେବେ ବର୍ଷା କେବେ ନିଦାଘ କେବେ ଶୀତ,ବସନ୍ତ
• ଭିନ୍ନ ଭିନ୍ନ ରୂପେ ପ୍ରକାଶେ ଏତ ବିଧାତା କୃତ ।।
•
• ବିଧାତା ଲିଖନ ଲଲାଟେ କର୍ମା-ନୁସାରେ ଫଳ
• ଫଳବତୀ ହୁଏ ସଂସାରେ ହେଉ ସୁର ବା ନର ।।
• ଛୋଟ ଅହି ନୁହେଁ ସାମାନ୍ୟ ହେୟ ନମଣ କାରେ
• ଦଇବ ସୃଜନ ବିଚିତ୍ର ଭିନ୍ନ ଭିନ୍ନ ପ୍ରକାରେ ।।
•
• ସ୍ଵାନ ଯିବେ ଗଙ୍ଗାସ୍ନାହାନ କରି ଅଇଣ୍ଠା ଖଲି
• କିଏସେ ଖାଇବ ସ୍ଵାର୍ଥାନ୍ଧ ରଡି ବୋବାଳି କରି ।।
• ଉଚ୍ଚ,ନୀଚ ସଦା ରହିବ ଆନେ ଆନେ ତ ଭିନ୍ନ
• ପ୍ରଫୁଲ୍ଲ ବିଧାତା ବିଧାନ କହେ ନୁହଇ ଆନ ।।
