ବରଷା ବାସର ରାତି - ତପନ ଦୀକ୍ଷିତ (ବେଳାଭୂମି)

0
ତାନ୍ ସେନ୍ ହୋଇ ଜୀବନ ଵୀଣାରେ 
ମେଘମଲ୍ହାର ସୁର
ତୋଳୁଥିବି ତୁମେ ଝରି ପଡୁଥିବ
ଆକାଶରୁ ଝର ଝର,
ସପନ ଥିବ ମୋ ଶ୍ରାବଣର ଛୁଆଁ
ଦେହେ ବଇଶାଖୀ ତାତି
ଋତୁ ରାତି ରତି ପ୍ରଣୟ ପରଶେ
ତୁମେ ଉଠିଥିବ ମାତି,
କେଳି କଦମ୍ବର ବାସ ଖେଳୁଥିବ
ସୁରା ଝରା ଥିବ ପ୍ରୀତି
ଦୁହେଁ ହଜିଥିବା ସରି ଆସୁଥିବ
ବରଷା ବାସର ରାତି ।।
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

Writer's Details: ତପନ ଦୀକ୍ଷିତ (ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

Post a Comment

0Comments
Post a Comment (0)