
ମଙ୍ଗଳ ବେଳାରେ ବୁଧ ପାହାନ୍ତିରେ
ତୋପାଇଁ ମଙ୍ଗନ ତିଥିବୃହଷ୍ପତି ତୋତେ ସଦୟ ହୋଇଲେ
ମୋ ସମ୍ପର୍କ ହେଲା ଇତି ।
ଗୁରୁ କରୁଣାରେ ବାଡୁଅ ପାଣିରେ
ଯେବେ ଦେଲୁ ଦେହ ଧୋଇ
ବଉଳ ପାଟରେ ତୋଦେହ ଢାଙ୍କିଲୁ
ଅଳତା ସିନ୍ଦୂର ନାଇ ।
ସାତସୁରେ ମଖା ସାହାନାଇ ଗାଏ
ସୁନ୍ଦର ମଙ୍ଗଳ ଗୀତି
ମଙ୍ଗଳ ବେଳାରେ ବୁଧ ପାହାନ୍ତିରେ
ତୋପାଇଁ ମଙ୍ଗଳ ତିଥି ।
ନୂଆ ଠିକଣାରେ ବସାତୁ ବାନ୍ଧିଲୁ
ଡେଇଁ ତୋ ଅଗଣା ଘର
ଆଲୋକ ଦାତାଙ୍କ ଦିବସ ଶେଷରେ
ଝୁମେ ଦେହ ମନ ତୋର ।
ସେବେଠୁ ମୋପାଇଁ ଦିନ ସରେ ନାହିଁ
ରାତିବି ହେଉନି ଇତି
ମଙ୍ଗଳ ବେଳାରେ ବୁଧ ପାହାନ୍ତିରେ
ତୋପାଇଁ ମଙ୍ଗଳ ତିଥି ।
Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Apr 19, 2019
