ସ୍ମୃତିରେ ମୋ ପ୍ରେମ - ଆଶିଷ କୁମାର ଦାଶ

0


ସାତ ଜନମର ସାଥି ହେବାପାଇଁ 
      ଧରିଥିଲୁ ହାତ ମୋର 
ଭାଙ୍ଗି ଦେଇ ସବୁ ସାଇତା ସପନ
      ଚାଲିଗଲୁ ବହୁ ଦୂର
      କରିଦେଲୁ ସାତପର
ଆଜିବି ଜଳୁଛି ବିରହ ନିଆଁରେ
       ପାଇବାକୁ ସ୍ପର୍ଶ ତୋର ।।

କଥା ତୋର ଥିଲା ପ୍ରବଞ୍ଚନା ଭରା
        ମନରେ ଥିଲା ଜହର
ଲାଗୁଥିଲା ମୋତେ ପ୍ରେମର କବିତା
        ସଙ୍ଗୀତର ସାତ ସୁର 
        ଭ୍ରମ ଥିଲା ସବୁ ମୋର
ଆଜିବି ଜଳୁଛି ବିରହ ନିଆଁରେ
        ପାଇବାକୁ ସ୍ପର୍ଶ ତୋର ।।

ଭୁଲିଯାଇ ତୋର କୃତ୍ରିମ ହସରେ
        ହଜେଇଲି ମନ ମୋର
ତୋ ବିନା ଆଜି ମୁଁ ଅକୁହା କବିତା
        ଅର୍ଥ ନାହିଁ କିଛି ତୋର 
        ବେସୁରା ହୋଇଛି ସୁର 
ଆଜିବି ଜଳୁଛି ବିରହ ନିଆଁରେ 
        ପାଇବାକୁ ସ୍ପର୍ଶ ତୋର ।।
          
Ashish Kumar Dash...💞💞💞

Post a Comment

0Comments
Post a Comment (0)