ତୁମେ ଗଲାପରେ - ନାରାୟଣ ଚନ୍ଦ୍ର ସେନାପତି

0
ତୁମେ ଗଲାପରେ
ମନର ଜହ୍ନଟା ବୁଡିଯାଏ 
ଦୁଃଖ ଆକାଶର କଳା ବାଦଳରେ
ଆଶାର ବାଳସୁର୍ଯ୍ୟଟା ହୃଦକୁ ନିରାଶ କରେ
ଭଣ୍ଡେଇନେଇ ନିଦାଘରେ ଦିଏ ଘାତ ପରେ ଘାତ
ଖାଲି ପୋଛୁଥାଏ ଅନ୍ତରର ଘାର୍ମବିନ୍ଦୁ
ସାନ୍ତ୍ବନାର ରୁମାଲରେ
ଆଉ ଫୁସଫୁସର ଲୁହ ଲହୁ
ବିଶ୍ୱାସର ଆଙ୍ଗୁଠିରେ।

ତୁମେ ଗଲାପରେ
ଅନ୍ତରର ଆତ୍ମାଟା ଶୋଇଯାଏ
ଯନ୍ତ୍ରଣାର ଜୁଇରେ
ଆଶ୍ବାସନାର ମଳୟଟା ମୃଦ୍ୟୁ ବିନା
ଝରାଏ ବିରହର କୋହ
ଅଭୀପ୍ସାର ଚାରା ଗଛଟା ଝାଉଁଳିଯାଏ
ପ୍ରତାରଣାର ଚେରଛେଦନରେ
ପ୍ରତୀକ୍ଷାର ସ୍ନେହ ଜଗୁଆଳିଟା
ଦୀର୍ଘଶ୍ଵାସ ମାରି ଅଣ୍ଡାଳି ଖୋଜୁଥାଏ ମମତାର ବିଛଣାକୁ
କାରୁଣ୍ୟର ରୋଦନ ଆଉଁସାରେ।

ନାରାୟଣ ଚନ୍ଦ୍ର ସେନାପତି,
ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)