ତୁମେ ଏବେ ଛାଇ - ସନ୍ତୋଷ କୁମାର ମହାନ୍ତି

0

ଏବେ ତୁମେ ଛାଇ ହେଇ
ମୋ ପଛେ ପଛେ ଚାଲ
ବେତାଳ ଭଳି କାନ୍ଧରେ ଝୁଲି
ମୋତେ ପ୍ରଶ୍ନ କରି ଚାଲ
ତୁମ ସହ ବିତିଥିବା ଦିନ
ଯେତେ ସବୁ ମାନ ଅଭିମାନ
ଏବେ ମୋତେ ବେଶୀ
ଆନମନା କରେ
କେତେଯେ ଲୁହ ଝରେ
ମୁ ଏକା ହିଁ ଜାଣେ
ଦିନ ସବୁ ଯେତେ
ପୁରୁଣା ହେଉଥାଏ
ମୁ ଭୁଲିପାରେ ନାହିଁ
ସେହି ସବୁ ଦିନ
ଏବେବି ତୁମ ପାଇଁ ଜଳୁଛି
ତୁମ ସେହି ପ୍ରିୟଜନ
ତୁମେ ଗଲା ପରେ
ମୁ ପାଇଲି ଆଉ ଏକ ଜନ୍ମ |

- ନବଜୀବନ ସମାଜ,ସଫା,କଟକ-୭୫୪୦୨୨
ଦୂରଭାଷ ନମ୍ବର-9777766346

Post a Comment

0Comments
Post a Comment (0)