ତାଙ୍କରି ଇଚ୍ଛାରେ - କୁମୁଦିନୀ ବେହେରା

0
ମାନବ ଜୀବନ ଅଟେ ପ୍ରାଣୀ ମଧ୍ୟେ ସାର
ଛପନ କୋଟି ଜୋନୀକୁ କରି ଅଛି ପାର
ଦୁର୍ଲ୍ଲଭ ଜୀବନ ଏହି ଉପଭୋଗ୍ୟ ପାଇଁ
ସୁଖ, ଦୁଃଖ, ଭୋଗ, ଅଉ ବିଳାସ ରେ ରହି
ଜୀବନ ଅବଧି ଯଦି ହୋଇଯିବ କ୍ଷୀଣ
ବିଭୂଙ୍କ ଉଦ୍ଦେଶ୍ଯ କେବେ ନ ହେବ ପୂରଣ
ସୁଖ, ଦୁଃଖ, ହିଂସା, ଦ୍ଵେଷ, ସ୍ୱାର୍ଥ, ପରମାର୍ଥ
ପ୍ରଭୁଙ୍କ ଇଛାରେ ସବୁ ହୁଏ ଆତ ଜାତ
ପରୀକ୍ଷା ଏ ଜୀବନ ର ସାଂସାରିକ ନିତି
କିଏ କେମିତି କାଟିବ ପ୍ରଭୁ ହିଁ ଜାଣନ୍ତି
ପ୍ରଭୁଙ୍କ ଇଚ୍ଛାରେ ଆସି ଅଛ ପୁଣି ଜୀବ
ସ୍ଵ ଇଚ୍ଛାରେ ଦଣ୍ଡେ କ୍ଷଣେ ରହି ନ ପାରିବ
ମୋହ ମାୟା ବନ୍ଧନରୁ ମୁକ୍ତି ପାଇବାର
ସାଂସାରିକ ଜୀବନର କର୍ମ ଏକା ସାର
ଧର୍ଯ୍ୟ ର ପରୀକ୍ଷା ଏହି ବିଭୁ ଙ୍କର୍ ଇଚ୍ଛା
ମୁକତି ର ମାର୍ଗ ଏହି ସାଧନା ତପସ୍ୟା
ନିତି ଦିବସ କର୍ମ ରେ ରତ ଯିଏ ଥିବ
କର୍ମ ଭିତରେ ନିଜକୁ ଆପେ ଭୁଲି ଯିବି
ସଫଳତା ର ପାହାଚ ଚଢ଼ି ଚଢ଼ି ଯାଏ
ଜନ ମାନସରେ ସିଏ ସର୍ବାଦୃତ ହୁଏ

କୁମୁଦିନୀ ବେହେରା, ଶିକ୍ଷୟିତ୍ରୀ
ଅନୁଗୋଳ, ମୋ - 8917343668

Post a Comment

0Comments
Post a Comment (0)