ଶୂନ୍ ଶାନ୍ ପୃଥିବୀ - ନାରାୟଣ ଚନ୍ଦ୍ର ସେନାପତି

0

ଶକୁନିର ଚକ୍ରାନ୍ତରେ
       କୌରବଙ୍କ ମୂଳୋତ୍ପାଟନ
ଦ୍ରୋଣଙ୍କ ଚକ୍ରବ୍ୟୁହରେ
       ଅଭିମନ୍ୟୁର ବୀରଗତି
ଅଶ୍ୱତ୍ଥମାର କପଟରେ
     ଦୌପଦୀଙ୍କ ପଞ୍ଚପୁତ୍ର ହତ
     ବଂଶନାଶ
କୈକେୟୀର କୂଟୀଳତାରେ
     ରାମ ବନବାସ
      ଦଶରଥଙ୍କ ମୃତ୍ୟୁ
ଦୁଃଶାସନର ବ୍ୟଭିଚାରରେ
  ଦ୍ରୌପଦୀର ବସ୍ତ୍ରହରଣ
କି କଦର୍ଯ୍ୟ...! କି କଦାକାର....!!!
ଆଜି ବନ୍ଧୁର ସୈତାନୀରେ ବନ୍ଧୁହତ
ଭାଇର ହିଂସାରେ ଭାଇ ରସାତଳ
ପଡୋଶୀରେ ଇର୍ଷାରେ ପଡୋଶୀ ସ୍ଥାଣୁ
ପୁଅର ନିସ୍ତୁକ ମାଡରେ ପିତାମାତା କ୍ଷତବିକ୍ଷତ
ଭାଇ ଭଉଣୀ ସାତପର
ସ୍ତ୍ରୀ ସର୍ବସ୍ୱ...
ଟିକିଏ ପ୍ରଶଂସା ଆତ୍ମସମ୍ମାନ ଅହଂକାର ପାଇଁ
ନିରୀହ ନିରୀହାର ବଳିଦାନ
କି ବିଭତ୍ସ..! କି ଭୟଙ୍କର...!!!
ଆଜି ଗୁରୁଙ୍କର ଶିକ୍ଷାପାଇବି
ବିଦ୍ୟାର୍ଥୀ ସାଜିଛି ଗୁରୁହନ୍ତା
ସହକର୍ମୀଟା ସୁବିଧା ପାଇଛି ସତ
 ହେଲେ ଭୂଲି ଯାଇଛି କୃତଜ୍ଞତା
ସ୍ୱାଭିମାନ ଆଜି ଚୁଲିରେ
ଚାରିଆଡେ ଶୂନଶାନ୍ ହାହାକାର
ଶୂନ୍ୟଭଲପାଇବା
ଖଳନାୟକର ବିଦ୍ରୂପ ହସ
ଛଳନା...
ସମାଜକୁ ଖିନ୍ ଭିନ୍ କରି
ବିଦୀର୍ଣ୍ଣ କଲାଣି
କି କୃତଜ୍ଞତା....! କି ସ୍ୱାର୍ଥପରତା...!!!
ଏବେର ମଣିଷ ସମାଜ...!!!!!

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର
    
  

Post a Comment

0Comments
Post a Comment (0)