ସେତେବେଳେ ଭଲ ଲାଗେ
ଯେତେବେଳେ କହେ ଅର୍ଜ୍ଜୁନ
ମୁଁ ଆଜି ଗର୍ବିତ
ମୁଁ ପରା ଦ୍ରୋଣାଚାର୍ଯ୍ୟଙ୍କ ଶ୍ରେଷ୍ଠ ଶିଷ୍ୟ,
ତାଙ୍କର ଅମୂଲ୍ୟ ସନ୍ତାନ।
ସେତେବେଳେ ଖୁବ୍ ଭଲ ଲାଗେ
ଯେତେବେଳେ କହନ୍ତି ଦ୍ରୋଣାଚାର୍ଯ୍ୟ
ଅର୍ଜ୍ଜୁନ ପରି ଶିଷ୍ୟପାଇ
ମୁଁ ପରା ଶ୍ରେଷ୍ଟ ଆଚାର୍ଯ୍ୟ।
ସେତେବେଳେ ଭଲ ଲାଗେ
ଯେତେବେଳେ କହନ୍ତି ପୁଅଝିଅ
ଆମପାଇଁ ଜୀବନ୍ତ ଦେବତା ଆମ ବାପାମାଆ
ଆଉ କେହି ନୁହଁ,
ସେତେବେଳେ ଆହୁରି ଭଲ ଲାଗେ
ଯେତେବେଳେ କହନ୍ତି ବାପାମାଆ
ଆମପୁଅ ଝିଅ ପରା ଆମ ଜୀବନ
ଭବିଷ୍ୟତରେ ରଖିବେ ଆମ ନାଁ।
ସେତେବେଳେ ଭଲଲାଗେ
ଯେତେବେଳେ କହେ ଭକ୍ତ
ଭଗବାନ ତ ମୋ ପାଇଁ ସର୍ବସ୍ୱ
ମୁଁ ତ ନିମିତ୍ତ ମାତ୍ର।
ସେତେବେଳେ ଆହୁରି ଭଲ ଲାଗେ
ଯେତେବେଳେ କୁହନ୍ତି ଭଗବାନ
ତୁମପରି ଭକ୍ତ ପାଇ
ସତରେ ମୁଁ ଆଜି ଧନ୍ୟ ଧନ୍ୟ।
ସେତେବେଳେ ଭଲ ଲାଗେ
ଯେତେବେଳେ କହିହୁଅନ୍ତି ଦୁଇଭାଇ
ତୁ ମୋ ଜୀବନ
ତୁମୋ ସପନ
ତୋ ପାଇଁ ଧନ୍ୟ ମୁହିଁ ହେ ଭାଇ,
ଜନମେ ଜନମେ ଜନ୍ମ ହେଉଥିବା
ଭଲପାଉଥିବା
ସରାଗେ ହୃଦୟ ଦେଇ।
*ନାରାୟଣ ଚନ୍ଦ୍ର ସେନାପତି*
*ଜମ୍ଭରା,କେନ୍ଦୁଝର*
