ସଜୀବ ପ୍ରାଣ - କୁମୁଦ ଚନ୍ଦ୍ର ଦଳେଇ

0
ଜଳ ଟି ସର୍ବ ଜୀବ ଜୀବ
ଜାଳେ ପୁରିତ ଏହି ଭବ
ସାଜିବ ଶରୀର ଜଳର
ଗଢ଼ା ହେଉଛି ନିରନ୍ତର
ଜାଳେ ପୁରିତ ତ୍ରିଭୁବନ
ଇଶ୍ୱର ଙ୍କର ଅବଦାନ
ଅବନୀ ଗର୍ଭ ମଧ୍ୟେ ରସ
ପୁରି ରହିଚି ବାର ମାସ
ପ୍ରାଣୀ ଙ୍କ ଶରିରର ଜଳ
ରୁଧିର ପ୍ରାୟ ଚଳାଚଳ
ଅସ୍ତି ମଜ୍ଜାରେ ଜଳ ମିଶି
ଗଢି ନିଅନ୍ତି ମାଂସ ପେଶୀ
ତନୁଜ ଅନିଷ୍ଟ ଆବିଳ
ନିର୍ଗତ ହୁଏ ବୋହି ଝାଳ
ଶରିର ଶୁଦ୍ଧ କରେ ଜଳ
ନିଗାଡ଼ି ଖାଦ୍ୟ ବର୍ଜ୍ୟ ମଳ
ଜଳ ହିଁ ପ୍ରାଣୀଙ୍କ ଜୀବନ
ତା ବିନୁ ପ୍ରାଣୀଙ୍କ ମରଣ
ଜଳର ସୁ ଗୁଣ ଅପାର
ସର୍ବ ବ୍ୟାପକ ଚରାଚର
ଜଳରୁ ଜାତ ଅମ୍ଳଜାନ
ଚଳାଏ ପ୍ରାଣୀ ଙ୍କ ଜୀବନ
ଭୁପୃଷ୍ଠ ଜଳ ହେଲେ କ୍ଷୀଣ
ଭୂଗର୍ଭ କରେ ବିତରଣ
ଉଦ୍ଭିଦ ଜଳର ବାହକ
ଶୋଷକ ପୁଣି ବିତରକ
ପ୍ରଣୀ ଙ୍କ ହିତର କାରଣ
ଉଦ୍ଭିଦ ଜୀବନ ଧାରଣ
ଉଦ୍ଭିଦ ଶୋଷୀ ମହୀ ରସ
ବାୟୁରେ କରାଏ ନିବେଶ
କୁବମ ମୟୁଖ ହରସେ
ପ୍ରାଣୀଙ୍କୁ ଜୀବନ ପରଶେ
ପ୍ରାଣୀ ଙ୍କ ଶାରୀରିକ ମଳି
ସଲିଳ ଦିଅଇ ଓଗାଳି
ଶୁଷ୍କ ତୃଷାର୍ତ୍ତ ତରୁଲତା
ସଲିଳ ହରେ ତନୁ ବ୍ୟଥା
ନିଦାଘେ ସଲିଳ ପରାଶେ
ସତେଜ ଦିଶନ୍ତି ହରସେ
ଶୁଦ୍ଧ ଜଳରେ କଲେ ସ୍ନାନ
ପବିତ୍ର ହୁଏ ପ୍ରାଣୀ ମନ
ବସନ, ବସନ, ଭୂଷଣ
ସଲିଳ କରେ ତେଜ ମାନ
ସଲିଳ ସ୍ପର୍ଶେ ବୀଜ ଗଣ
ଆନନ୍ଦେ ହୋନ୍ତି ତେଜ ମାନ
ଶ୍ରମ କ୍ଲାନ୍ତ ର ତୃଷାତୁର
ଶୀତଳ ଜଳ କରେ ଦୁର
ଜଳର ଅଶେଷ ମହତ
ଶୁଣି ଲଗାଇ ହର୍ଷ ଚିତ୍ତ
କ୍ରମଶ...

କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305

Post a Comment

0Comments
Post a Comment (0)