ସପନ ଛୂଆଁ - ସୁଧାକର ସେଠୀ

0
ସପନ ସେ ଥିଲା ଆଖି ପଲକରେ
ହୋଇଛି ଆଜି ସତ
ତୁମ ଛୁଆଁ ସଖି ବଦଳି ଦେଇଛି
ମୋ ଜୀବନ ଗତିପଥ 

ଶୁଖି ଯାଇଥିଲା ମନର ରାଗିଣୀ 
ଭରି ଦେଲ ମୂର୍ଚ୍ଛନା 
ଲେଖିବା ଛାଡିଛି ମୋ ଜୀବନର
ଅତୀତର ସେ ଯନ୍ତ୍ରଣା 

କେତେ ଯେ ଯାଇଛି ଦିବସ ବିତି
ରାତିରାତି ଉଜାଗର 
ଆଖି ପଲକରେ ଦିଅ ନାହିଁ ଧରା
ତଥାପି ମନ ବ୍ୟାକୁଳ 

ସାଗରର ଜଳ ସାଇତି ହୃଦେ
ତଥାପି ପ୍ରବଳ ଶୋଷ 
ହୃଦର ଯନ୍ତ୍ରଣା ବିଳପୁଛି ପ୍ରାଣ 
ଖୋଜୁଥାଏ ତୁମ ପରଶ 

କାହିଁ କେତେ ଦୂର ଅଜଣା ରାଇଜେ
କଲ ତୁମେ ଆସି ଘର
ପଲକେ ଦିଶୁଛ ହଜି ପୁଣି ଯାଉଛ
ଜଗିଛି ବାଟ ତୁମର

ଜମ୍ବେଶ୍ବରପୁର, ବାଲେଶ୍ବର
    ୯୩୩୭୬୮୧୫୨୪

Post a Comment

0Comments
Post a Comment (0)