ଫୁଲରାଣୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ଅଳି ଗୁଞ୍ଜନ ତାନେ , ଅନୁଢା କଳୀ ହେଲା ବିକଚିତ
• ପୁଷ୍ପ ଧନୁ ଘାତେ ତନୁ  ,ଜେହ୍ନେ ହୁଏ ରୋମାଞ୍ଚିତ 
• ମଧୂ ଶୋଷଇ ମଧୂପ
• ପରାଗ ରେଣୁ ବୁଣେ , ପରାଗ ସଂଗମରେ ,  ହୁଏ ବିଭୋରିତ  ।।
•
• ମଧୂଚୋର ଲମ୍ପଟ , ମଧୂଲୀଟ,ଭୃଙ୍ଗ ନାଗର
• ବିଟପୀ କି ଖୋଜଇ ? , ରୂପ ସୁନ୍ଦର ଅସୁନ୍ଦର
• ସେ ଅର୍ଥେ କଳା ଭ୍ରମର
• ଫୁଲେଇ ଫୁଲ ଗଣ୍ଡେ , ଆବେଗେ ଚୁମ୍ଵେ ଲଭେ  , ଅଙ୍ଗ ସଙ୍ଗ ତାର   ।।
•
• ମଧୂମକ୍ଷୀ କୁସୁମେ , ପ୍ରେମ ରେ କରଇ ରମଣ
• ଶୋଷିନିଏ ତା ସାତ , ସାଇତା ଯଉବନ ଧନ
• ରସ ସୁଖିଗଲେ  ଫୁଲେ
• ପୂରୁବ ତା ସରାଗ , ପୀରତି ଭୂଲି ଭୃଙ୍ଗ , ରମେ ଅନ୍ୟ ତୁଲେ     ।।
•
• ଧର୍ଷୀତା ଅଳି କଳି , ମାଳି ନେଇଥାଏ ରେ ତୋଳି
• ଦେବତା ଗଳେ ଗଜରା , ସ୍ତବକ ସେ ସୁକୁମାରୀ
• ସତୀ ରାଣୀ ଫୁଲ ରାଣୀ
• ମହ ମହ ମହକ ,  କରେ ପବିତ୍ର,ଦେବ , ଭୋଗ୍ୟା ସୁହାସିନୀ   ।। 
•
• ତାର କୋମଳ କାନ୍ତି , ଦଳ ନନା ରଙ୍ଗରେ ଶୋଭିତ
• ଝୁଲୁଥାଏ ପାଦପେ , ବୃନ୍ତେ ଶୋଭା କରି ବିଶୋଭିତ
• ତା ହସେ ହସେ ଜଗତ 
• ପ୍ରଫୁଲ୍ଲ ସୁମନରେ , ସୁମନ ପଭୁ ପଦେ , କରେ ସମର୍ପିତ   ।।


Post a Comment

0Comments
Post a Comment (0)