
ବାଜେ ମାଦଳ ବାଜେ ଧୁମୁସା
ବାଜୁଛି ଆଜି ଚାଙ୍ଗୁ
ଆମ ବୀରସା ଫେରିଛି ଦେଖ
ହସୁଛି ଧରଣୀ ପେନୁ
ଭାରୀ ନିଷ୍ଠୁର ଫିରିଙ୍ଗି କୂଳ
ସାଜିଛି ଆଜି ବଇରୀ
ଜଙ୍ଗଲ ଜମି ହାତେଇବାକୁ
ଦେଇଛି ସେ ଅଣ୍ଟା ଭିଡି
ଅନ୍ୟାୟ ଅନୀତି ଆମଠି ନାହିଁ
ନାହିଁ ଆମ ଭେଦ ଭାବ
ଆମ ବୀରସା ଆମ ଦେବତା
ରହିବ ତା ପରାଭବ
କେତେ ସେ କରିଛି ଛନ୍ଦକପଟ
ସମ୍ମୁଖରେ ଜିତି ନାହିଁ
ଶୋଇଥିଲା ବେଳେ ଚୁଗୁଲିବଳେ
ବାନ୍ଧିଲେ ବିରସା ସାଇଁ
ସାତ ଘାଟରେ ପାଣି ପିଉଥିଲା
ଫିରିଙ୍ଗି ହୋଇ ଆତୁର
ଦେଇଛି ବୀରସା ବେଣ୍ଟକୁ ମୋଡି
ପୋଡୁଛି ଜଳୁଛି ତାର
ଜଙ୍ଗଲ ପାଣି ଆମ ମୂଲକ
କିସହୋ ତମେ କହ
ମାଦଲ ବାଜିଲେ ଛାତି ଦୁଲକେ
ଭୁଲୁତ ସବୁ କୋହ
ମାନିବୁ ନାହିଁ ଶୁଣିବୁ ନାହିଁ
ତୁ ଯାଅ ତର ମୂଲକ
ଆମ ମୂଲକ କିସଗୋ କାମ
କିସହୋ ତମେ ରହିଛ
ଫେରିଛି ସିଏ ଅଛି ସପନେ
ଦିକୁର ସ୍ଥାନ ନାହିଁ
ଆମ ମାଟି ପାଣି ଯିଏ ଛୁଇଁବ
ତାକୁ ଛାଡିବୁ ନାହିଁ
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪
ଆମ ବୀରସା ଫେରିଛି ଦେଖ
ହସୁଛି ଧରଣୀ ପେନୁ
ଭାରୀ ନିଷ୍ଠୁର ଫିରିଙ୍ଗି କୂଳ
ସାଜିଛି ଆଜି ବଇରୀ
ଜଙ୍ଗଲ ଜମି ହାତେଇବାକୁ
ଦେଇଛି ସେ ଅଣ୍ଟା ଭିଡି
ଅନ୍ୟାୟ ଅନୀତି ଆମଠି ନାହିଁ
ନାହିଁ ଆମ ଭେଦ ଭାବ
ଆମ ବୀରସା ଆମ ଦେବତା
ରହିବ ତା ପରାଭବ
କେତେ ସେ କରିଛି ଛନ୍ଦକପଟ
ସମ୍ମୁଖରେ ଜିତି ନାହିଁ
ଶୋଇଥିଲା ବେଳେ ଚୁଗୁଲିବଳେ
ବାନ୍ଧିଲେ ବିରସା ସାଇଁ
ସାତ ଘାଟରେ ପାଣି ପିଉଥିଲା
ଫିରିଙ୍ଗି ହୋଇ ଆତୁର
ଦେଇଛି ବୀରସା ବେଣ୍ଟକୁ ମୋଡି
ପୋଡୁଛି ଜଳୁଛି ତାର
ଜଙ୍ଗଲ ପାଣି ଆମ ମୂଲକ
କିସହୋ ତମେ କହ
ମାଦଲ ବାଜିଲେ ଛାତି ଦୁଲକେ
ଭୁଲୁତ ସବୁ କୋହ
ମାନିବୁ ନାହିଁ ଶୁଣିବୁ ନାହିଁ
ତୁ ଯାଅ ତର ମୂଲକ
ଆମ ମୂଲକ କିସଗୋ କାମ
କିସହୋ ତମେ ରହିଛ
ଫେରିଛି ସିଏ ଅଛି ସପନେ
ଦିକୁର ସ୍ଥାନ ନାହିଁ
ଆମ ମାଟି ପାଣି ଯିଏ ଛୁଇଁବ
ତାକୁ ଛାଡିବୁ ନାହିଁ
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪
Sent from my Samsung Galaxy smartphone.
