
ମଧ୍ୟମ ଖୋଜଇ ମନ
ଉତ୍ତମଟି ଖୋଜେ ଆତ୍ମାର ମିଳନ
ଜୀବନକୁ ଭାବେ ଶୂନ୍ୟ॥
ମା ପୁଅ ପ୍ରେମ ବାତ୍ସଲ୍ୟମମତା
ସାଙ୍ଗର ସ୍ନେହ ବନ୍ଧନ
ପ୍ରେମିକ ପ୍ରେମିକା ମରୀଚିକା ପ୍ରୀତି
ଶୟନେ ଦିବା ସପନ॥
ରାଧା କୃଷ୍ଣ ପ୍ରେମ ନିର୍ମଳ ଦର୍ପଣ
ମୀରାବାଈ ଚିରନ୍ତନ
ଶ୍ରଦ୍ଧା ପ୍ରେମେ ପୂଜେ ଯେ ଇଷ୍ଟ, କର୍ମକୁ
(ହୁଏ) ଅମର ସ୍ମୃତି ଅଙ୍କନ॥
🌹 *ନାରାୟଣ ଚନ୍ଦ୍ର ସେନାପତି*
ଜମ୍ଭରା,କେନ୍ଦୁଝର
