ନୈଶ୍ୟ ସୁନ୍ଦରୀ - ଗୀତାଞ୍ଜଳି ସେଠୀ

0


ଆଖିରେ ଦେଲୁ ଆଖିଏ ସପନ
ମନରେ ଭରିଦେଇଛୁ  ଆଶା
ଦୂର ରାଇଜେ ରହିଛୁ ଗୋପନେ
ଶୀତୁଆ ସମୀର ଦିଏ ବାରତା

ତୋ ଦେହ ମହକ ସମୋହିତ କରେ
ମନରେ ଆସେ ଶୀହରଣ
ଏମିତି ଗଢିଛି ତୋତେ ଲୋ ବିହି
ଜଗତ ତୋ ପାଇଁ ପାଗଳ

ଅଜଣା ମୁଲକୁ ଉଇଁ ଆସେ ଶଶୀ
ଦେଖିବାକୁ ତୋ ରୂପକାନ୍ତି
ତା କିରଣ ରେଣୁ ଛୁଇଁ ଦେଇ ଗଲେ
ଶରମରେ ଯାଉ ତୁ ଛପି

ମଧୁଝରା ରାତି ମଧ୍ୟାନ୍ତରେ ଆସି
ପାହାନ୍ତାରେ ତୁଲୋ ପଡୁଛୁ ଝରି
ତୋର ସେ ମହକ ବିଛୁରିତ ହେଲେ
ଏ ସାରା ଧରଣୀ ଉଠେ ଶିହରି

ନୈଶ୍ୟସୁନ୍ଦରୀ ସୁକୁମାରୀ ଗୋରୀ 
ମୋ ମନକୁ ତୁ କରିଛୁ ଚୋରି
ତୋକଥା ଭାବିଲେ ଗଙ୍ଗଶିଉଳି ଲୋ
ହୃଦୟ ମୋହର ଯାଏ ଚହଲି
                🌻
ମରଫତ- ଉଂ ମନସକୁମାର ସେଠୀ
       କପ୍ତିପଦା,ମୟୁରଭଞ୍ଜ
              *********

Sent from my Samsung Galaxy smartphone.

Post a Comment

0Comments
Post a Comment (0)