⛑ଧରିଲି ମୁଁ ଯେବେ ଖଡି
ମାଟି ସିଲଟରେ ମୁଣ୍ଡୁଳା ବୁଲାଇ
ଲେଖିଲି ଘଡିକି ଘଡି।
⛑ଧରିଲି ମୁଁ ମାଳି ସିଲଟ
ମା' ମା' ଆଉ କେତେ କ'ଣ ଲେଖି
ଗଣିଲି ସଂଖ୍ୟାକୁ ଝଅଟ।
⛑ଧରିଲି ମୁଁ ଗୋଟେ ପେନ୍ ସିଲି
ଅକ୍ଷର,ଶବଦ କେତେ କ'ଣ ଲେଖି
ରବରେ ଲିଭାଇ ଠିକ୍ କଲି।
⛑ବାପା ଆଣିଦେଲେ କଲମ
ଦୁଆତ କାଳିକୁ ଡ୍ରପରେ ପୁରାଇ
ଲେଖିଲି କେତେ ଯେ ରକମ।
⛑ବଜାରୁ କିଣିଲି ଡଅଟ
ପରୀକ୍ଷା ଖାତାରେ ମନ ହରଷରେ
ଲେଖିଲି ଉତ୍ତର ଝଅଟ।
⛑ମିଳିଗଲା ପେନ୍ ହାଇଟେକ୍
ଅଳପ ଲେଖିଲି ସାଇନ୍ ମାରିଲି
କରିଲି ସେଥିରେ ଚେଏକେ।
⛑ଧରିଲି ମୁଁ ଏକ ପ୍ରିଣ୍ଟର
କମ୍ପ୍ୟୁଟରେ ଅବା ମୋବାଇଲ୍ ହେଉ
ଟିପି ଲେଖୁଅଛି ଅକ୍ଷର।
⛑ମୂରୁଖ ଲୋକଟେ ଦେଖିଲା
ମୋ ମୁହଁକୁ ବଲବଲ ଚାହିଁଲା
କହିଲା
ଧନ୍ୟ ହେ ପାଠୁଆ ପଢିଛ
ପାଠ ପଢି ଟିପେ ଲେଖୁଛ
ମୁଁ ମୂରୁଖଟା ଟିପ ଦେଲାବେଳେ
ପରିହାସ କିଆଁ କରୁଛ?
⛑ମୋ ବାପା ଦେଖୁଥିଲେ ଏସବୁ
ଦେଖାଇଲେ ତାଙ୍କ ଲେଖା ସବୁ
କହିଲି ବାପା କି ସୁନ୍ଦର!
କେଉଁଥିରେ ଲେଖା ତୁମର!
ବାପା କହିଦେଲେ,
ତାଳପତ୍ର ଆଉ ଭୂର୍ଜପତରରେ
ଲେଖନୀ ମୂନର ସ୍ୱାକ୍ଷର।
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା,କେନ୍ଦୁଝର
